ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ୧୬ଜିଲ୍ଲାକୁ ‘ଆବାସ ପ୍ଲସ୍’ ରେ ସାମିଲ ପାଇଁ ଅନୁରୋଧ

221

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୮ ଲକ୍ଷ ୧୭ ହଜାର ଆବାସ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ବାକି ୧୬ଟି ଜିଲ୍ଲାକୁ ମଧ୍ୟ ଆବାସ ପ୍ଲସ ଆପରେ ସଂଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲାଗୁଡିକରେ କେବିକେ ସମେତ ଏକାଧିକ ଆଦିବାସୀ ଅଧ୍ୟୁସିତ ଅଂଚଳ ଥିବାରୁ ଏହାକୁ ଆବାସ ପ୍ଲସ ଆପରେ ସଂଯୋଗ କରିବାକୁ ଅନୁରୋଧ କରିଛନ୍ତି ନବୀନ । ଫଳରେ ରାଜ୍ୟରେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ବାସଗୃହ ସୁନିଶ୍ଚିତ କରିହେବ ।

ସେପଟେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଇଥିବା ବେଳେ ନିମ୍ନମାନର କାମ କରାଯାଇଛି । ଏହାର ପ୍ରତିବାଦରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ବିଭିନ୍ନ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ନିମ୍ନମାନର କାମ କରାଇ ପ୍ରାୟ ହଜାରେ କୋଟି ଟଙ୍କାର ଦୁର୍ନିତୀ ହୋଇଥିବା ଅଭିଯୋଗ କରିଛି ବିଜେପି ।