କନକ ବ୍ୟୁରୋ: ବିଧାନସଭାରେ ଉଠିବ ଅପରେସନ୍ ବ୍ଲାକଆଉଟ୍ ପ୍ରସଙ୍ଗ । ବିଧାନସଭା ଗୃହରେ ବିଜେପି ଉଠାଇବ ଜେଇଙ୍କ ଦୁର୍ନୀତି ପ୍ରସଙ୍ଗ । ତେବେ କିଭଳି ଓ କାହିଁକି ହେଉଥିଲା ବିଦ୍ୟୁତ୍ କାଟ୍ ଜାଲିଆତି ସେ ନେଇ ରାଜ୍ୟ ସରକାରଙ୍କୁ ଘେରିବେ ବିରୋଧୀ । ବିଜେପି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ତେଣୁ ଯେଉଁମାନେ ଏଭଳି କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ଏବଂ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବ ବୋଲି କହିଛନ୍ତି ପ୍ରଦୀପ୍ତ ନାୟକ । ସେପଟେ, ବିଜୁଳି ବିଭାଗ ଦୁର୍ନୀତି ଖବର ପଦାକୁ ଆଣିଥିବାରୁ କନକ ନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ବିଧାୟକ । ସୋମବାର ବିଧାନସଭାରେ ଅପରେସନ୍ ବ୍ଲାକଆଉଟ୍ ପ୍ରସଙ୍ଗ ଉଠାଯିବା ନେଇ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
ରାଜ୍ୟରେ ବିଜୁଳୀ ଶାସନ ହୁଗୁଳି ଗଲାଣି । ଓଡିଶା ସରକାର ଏକ ଦୀର୍ଘକାଳ ମିଆଦିରେ ବିଭିନ୍ନ ରାଜ୍ୟ ବାହାର କଂପାନୀମାନଙ୍କୁ ବିଦ୍ୟୁତ ପରିଚାଳନ ଦାୟିତ୍ୱ ଦେଇଛନ୍ତି କିନ୍ତୁ ଏହା ବେସରକାରୀ ହେବା ପରେ ଅନୁଭବ କରାଯାଉଛି କି, ଯେଉଁମାନେ ଏହି ବିଦ୍ୟୁତ୍ ସଂଚାଳନ ଦାୟିତ୍ୱରେ ଅଛନ୍ତି ସେମାନଙ୍କର ବିଭିନ୍ନ ଇନଭଟର କମ୍ପାନୀ, ଶିଳ୍ପ ଉଦ୍ୟୋଗ ସହ ସଲାସୁତରା ଚାଲିଛି । ଯାହା ଦ୍ୱାରା କି ସାଧାରଣ ଉପଭୋକ୍ତା ଦଣ୍ଡିତ ହେଉଛନ୍ତି । ଯେଉଁମାନଙ୍କ ଘରେ ଗୋଟିଏ ବଲବ ବି ଜଳୁନି ସେଠି ତାଙ୍କ ନିକଟକୁ ଶହ ଶହ ଟଙ୍କାର ବିଲ ଆସୁଛି ।ପୂର୍ବରୁ ବ୍ରିଟିଶ କମ୍ପାନୀ ଦେଶକୁ ଲୁଟ୍ କରୁଥିଲେ ।ଏବେ ବିଜୁଳି ବିତରକ କମ୍ପାନୀ ଲୋକଙ୍କୁ ଲୁଟୁଛନ୍ତି । ତେଣୁ ଏହା ଉପରେ ଗୁରୁତର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BIDHANSABHA-BLACKOUT.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-22-16h11m01s166-300x169.png)