କନକ ବ୍ୟୁରୋ :  ଥଣ୍ଡା ବୃଦ୍ଧି ସହିତ ଟ୍ରେନରେ ଯାତ୍ରା କରିବା କଷ୍ଟକର ହୋଇପଡିଛି। କରୋନା ସଂକ୍ରମଣ ପରେ ଟ୍ରେନରେ କମ୍ବଳ ତକିଆ ମିଳିବା ବନ୍ଦ ‌ହୋଇଯାଇଥିଲା। କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ରେଳବାଇ ଡିସପୋଜେବଲ୍ ବେଡ‌ରୋଲ କିଟ୍ ଯୋଗାଇବାକୁ ଯାଉଛି । ରେଳବାଇ ଏକ କିଟ୍ ସୁବିଧା ମଧ୍ୟ ଆରମ୍ଭ କରିଛି ।

Advertisment

ଯାତ୍ରୀମାନଙ୍କୁ ଏହି ବିଶେଷ ସେବା ଅଧୀନରେ ଡିସପୋଜେବଲ୍ ବେଡ‌ରୋଲ ମିଳିବ। ଏହି ସୁବିଧା ଦୂର ଦୂରାନ୍ତର ଯାତ୍ରୀମାନଙ୍କୁ ମଧ୍ୟ ଦିଆଯାଉଛି । ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ସୁବିଧା କେବଳ କିଛି ବଛାବଛା ଟ୍ରେନରେ ଉପଲବ୍ଧ ହେବ। ଏଥିମଧ୍ୟରେ ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ମୁମ୍ବାଇ-ଦିଲ୍ଲୀ ଅଗଷ୍ଟ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସ, ଗୋଲଡେନ ଟେମ୍ପଲ ମେଲ ଏବଂ ପଶ୍ଚିମ ଏକ୍ସପ୍ରେସ ଭଳି ଟ୍ରେନ ଅନ୍ତର୍ଭୁକ୍ତ ରହିଛି।

ରେଳବାଇର ଏହି ବିଶେଷ ସୁବିଧା ପାଇଁ ଯାତ୍ରୀମାନଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ । ଏହି କିଟରେ ଅନେକ ଜିନିଷ ମିଳିବ । ଏଥିରେ, କମ୍ବଳ ସହିତ ଟୁଥ୍ ପେଷ୍ଟ ଏବଂ ମାସ୍କ ଭଳି ଜିନିଷ ମଧ୍ୟ ଉପଲବ୍ଧ ହେବ । ଏହି ରେଳ କିଟରେ ଆଉ କ’ଣ ଅଛି ଆସନ୍ତୁ ଜାଣିବା ।

ଡିସପୋଜେବଲ୍ ବେଡ୍ରୋଲ୍ କିଟ୍ ଏବଂ ଏଥିରେ ମିଳୁଥିବା ସାମଗ୍ରୀର ମୂଲ୍ୟ ରେଳବାଇର ବିଭିନ୍ନ ଜୋନର ଭିନ୍ନ ରହିଛି। କିଟ୍‌ରେ ଟୁଥପେଷ୍ଟ ଏବଂ ସାନିଟାଇଜର ମଧ୍ୟ ଦିଆଯାଉଛି । କିଛି ସ୍ଥାନରେ କେବଳ କମ୍ବଳ, ତକିଆ ଏବଂ ଚାଦର ବି ଦିଆଯାଉଛି । ଟ୍ରେନରେ ୩ ପ୍ରକାର ଡିସପୋଜେବଲ ବେଡରୋଲ ଦିଆଯାଉଛି । ଗୋଟିଏ କିଟରେ ନନ ଓଭେନ କମ୍ବଳ, ନନ ଓଭେନ ଚାଦର, ନନ ଓଭେନ ତକିଆ ଓ ଏହାର କଭର, ଡିସପୋଜେବଲ ବ୍ୟାଗ୍,ଟୁଥ୍ପେଷ୍ଟ, ଟୁଥବ୍ରସ୍, ତେଲ, ସାନିଟାଇଜର ପାଉଚ, ଟିସୁ ପେପର ଉପଲବ୍ଧ ରହିବ । ଏହାର ଦାମ ୩୦୦ ଟଙ୍କା ରହିଛି । ସେହିଭଳି ଅନ୍ୟ ଏକ କିଟରେ କେବଳ ଚାଦର ଉପଲବ୍ଧ ରହିଛି ଯାହାର ଦର ୧୫୦ ଟଙ୍କା । ଏହାବାଦ୍ ୩୦ ଟଙ୍କିଆ କିଟରେ ଟୁଥ୍ ପେଷ୍ଟ, ଟୁଥ୍ ବ୍ରସ, ତେଲ, ସାନିଟାଇଜର, ପାନିଆ, ଟିସୁ ପେପର ଉପଲବ୍ଧ ରହିବ ।