ରିୟାଙ୍କୁ ନେଇ ବଢୁଛି ରହସ୍ୟ: ଇଡିର ଜେରାରେ ସିଧା ଉତର ଦେଲେ ନାହିଁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ; ମିଳୁନି ୧୫ କୋଟି ଟଙ୍କାର ହିସାବ

ସେପଟେ ସୁଶାନ୍ତଙ୍କ ବାପା କହିଲେ ସିବିଆକୁ ଦିଆଯାଇଛି ସମସ୍ତ ତଥ୍ୟ: ମାମଲାର ସ୍ଥାନ ପରିବର୍ତନ ଆବଶ୍ୟକ ନାହିଁ

389

କନକ ବ୍ୟୁରୋ: ଦିନକୁ ଦିନ ଜଟିଳ ହେଉଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ । ଏହା ପଛରେ ଟଙ୍କା ପଇସା କାରବାର ଥିବାର ସନ୍ଦେହ ଆସିବା ପରେ ଏନେଇ ତନାଘନା ଚଳାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଗତକାଲି ଦୀର୍ଘ ୮ ଘଂଟାର ଜେରା ବେଳେ ମୁହଁ ଖୋଲି ନାହାନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତୀ । ଅନ୍ୟପଟେ ମାମଲାର କିଏ କରିବ ତଦନ୍ତ ଏବଂ କେଉଁଠି ହେବ ତଦନ୍ତ ଏହାକୁ ନେଇ ଏକାଧିକ ମାମଲା ସୁପ୍ରିମକୋର୍ଟରେ ଆଗତ ହୋଇଛି ।

ଦିନକୁ ଦିନ ଜଟିଳ ହେଉଛି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ । ତଦନ୍ତରେ ସହଯୋଗ କରୁନାହାନ୍ତି ରିଆ । ଶୁକ୍ରବାର ୮ ଘଂଟା ଧରି ପ୍ରବର୍ତନ ନିର୍ଦ୍ଦେଶାଳୟର ଜେରା କରିଥିବା ବେଳେ ମୁହଁ ଖୋଲିବାକୁ ନାରାଜ ରିଆ ଚକ୍ରବର୍ତୀ । ରିଆଙ୍କ ଠାରୁ ୧୫ କୋଟି ଟଙ୍କାର ହିସାବ ମାଗିଥିଲା ଇଡି । କିନ୍ତୁ ସୂଚନା ମିଳିଛି ଇଡିର ତଦନ୍ତରେ ସହଯୋଗ କରି ନାହାନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ । ସେପଟେ ଦିନକୁ ଦିନ ଏହି ମାମଲାର ଜଟିଳ ହେବାରେ ଲାଗିଛି । ଘଟଣାକୁ ନେଇ ଆଇନର ଲଢେଇ ବଢି ବଢି ଚାଲିଛି । ରିଆ ଚକ୍ରବର୍ତୀ ତାଙ୍କ ବିରୋଧରେ ପାଟଣାରେ ହୋଇଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହାର ବିଚାର କରିବାକୁ ଆସନ୍ତା ୧୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । କିନ୍ତୁ ଏହି ଆବେଦନର ବିରୋଧ କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସୁଶାନ୍ତଙ୍କ ବାପା । ସେ ଏଥିରେ ଉଲ୍ଲେଖ କରିଛନ୍ତି, ଯେହେତୁ ଏହି ମାମଲା ସିବିଆଇ ଗ୍ରହଣ କରିଛି ଏବଂ ସମସ୍ତ କାଗଜପତ୍ର ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି, ତେଣୁ ଏହି ମାମଲା ଆଉ ସ୍ଥାନାନ୍ତର ହୋଇ ପାରିବ ନାହିଁ ।

ଅନ୍ୟପଟେ ରିଆ ନିଜ ଡାଏରୀର କିଛି ପୃଷ୍ଠା ସେୟାର କରିଛନ୍ତି । ଏହି ଡାଏରୀରେ ସୁଶାନ୍ତ ସିଂ ରାଜପୁତ କିଛି ଅଂଶ ଲେଖିଛନ୍ତି ବୋଲି ସେ ଦାବି କରିଛନ୍ତି । ରିୟା ଆହୁରି ଦାବି କରିଛନ୍ତି, ଡାଏରୀରେ ସୁଶାନ୍ତଙ୍କ ହାତଲେଖା ରହିଛି । ସୁଶାନ୍ତଙ୍କ ସମ୍ପତି ହିସାବରେ ତାଙ୍କ ପାଖରେ କେବଳ ଏହି ଡାଏରୀ ରହିଛି । ଏଥିରେ ସେ ତାଙ୍କ ଓ ତାଙ୍କ ପରିବାର ସମ୍ପର୍କରେ ଲେଖିଛନ୍ତି । ରିଆ ନିଜ ଓକିଲଙ୍କ ଜରିଆରେ ଏହି ପେଜକୁ ସେୟାର କରିଛନ୍ତି ।

ତେବେ ସୁଶାନ୍ତଙ୍କ ସହ ହୋଇଥିବା କେତେକ ହ୍ୱାଟ୍ସ ଆପ୍ ଚାର୍ଟକୁ ସେୟାର କରି ତାଙ୍କ ଭଉଣୀଙ୍କ ପ୍ରତି ନାରାଜ ଥିବା ସୂଚନା ଦେଇଛନ୍ତି ରିଆ ଚକ୍ରବର୍ତୀ । ଦ୍ୱିତୀୟ ଦିନ ପାଇଁ ଶନିବାର ଇଡିରେ ହଜାର ହୋଇଛନ୍ତି ରିଆଙ୍କ ଭାଇ ସୌଭିକ୍ । ତାଙ୍କ ଜମା ଖାତାକୁ ମଧ୍ୟ ସୁଶାନ୍ତଙ୍କ ଆକାଉଁଟରୁ ଟଙ୍କା ଟ୍ରାନ୍ସଫର ହୋଇଥିଲା । ତେବେ ଆଗକୁ ସୁଶାନ୍ତ ମୃତ୍ୟୁ ରହସ୍ୟ ଉପରରୁ ପରଦା ହଟିବ ବୋଲି ଆଶା କରାଯାଉଛି ।