ଓଡିଶାରେ କାମ ଦେବନି ମୋଦୀ ଗ୍ୟାରେଣ୍ଟି । ବିଧାୟକ ରାଜକିଶୋର ଦାସ କହିଲ, ଓଡ଼ିଶାରେ କେବଳ ନବୀନ ମ୍ୟାଜିକ ଚାଲେ ।

251

କନକ ବ୍ୟୁରୋ : ଓଡିଶାରେ କାମ ଦେବ ନାହିଁ ମୋଦୀ ମ୍ୟାଜିକ୍ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦାବି ଓ ଫେଡରାଲ ସର୍ଭେର ତଥ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଧାୟକ ରାଜକିଶୋର ଦାସ କହିଛନ୍ତି, ଓଡିଶାରେ କାମ ଦେବନି ମୋଦୀ ଗ୍ୟାରେଣ୍ଟି । କୌଣସି ସର୍ଭେ ସବୁବେଳେ ସଠିକ୍ ନୁହେଁ । ଅନେକ ସର୍ଭେରେ ଏଭଳି କୁହାଯାଇଛି ରାଜ୍ୟରେ ପୁଣି ନବୀନ ପଟ୍ଟନାୟକ ସରକାର ଗଢିବେ ।

ରାଜକିଶୋର କହିଛନ୍ତି, ଓଡ଼ିଶାରେ ନବୀନ ମ୍ୟାଜିକ୍ ଚାଲେ, କୌଣସି ଗ୍ୟାରେଣ୍ଟି କିଛି କାମ ଦେବ ନାହିଁ । ଫେଡରାଲ ସର୍ଭେ ତଥ୍ୟକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବିଜେପି ନ୍ୟାସନାଲ ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ । ଅମିତ କହିଥିଲେ, ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ ଆସନରୁ ବିଜେପିକୁ ୨୦ ଆସନ ମିଳିବ । ବାକି ଗୋଟିଏ ଆସନ ବିଜେଡିକୁ ମିଳିବ । ଗଣମାଧ୍ୟମ ସଂସ୍ଥା ‘ଦ ଫଡେରାଲ’ର ସର୍ଭେ ରିପୋର୍ଟର ତଥ୍ୟକୁ ଆଧାର କରି ସେ ଏହି ପୋଷ୍ଟ କରିଥିଲେ ।

କିଛି ଦିନ ତଳେ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ସର୍ଭେରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ନେତା ବୋଲି ଦର୍ଶାଯାଇଥିଲା । ଏବଂ ବିଜେଡିକୁ ୧୧ଟି ଲୋକସଭା ଆସନ ଓ ବିଜେପିକୁ ୧୦ଟି ଆସନ ବୋଲି ଆକଳନ କରିଥିଲା ।