ଚାକିରି ସମୟରେ ମୃତ୍ୟୁ ହେଲେ, କାହାକୁ ମିଳିବ କ୍ଷତିପୂରଣ ରାଶି? ସରକାର ଆଣିଲେ ନୂଆ ନିୟମ

Advertisment
ଚାକିରି ସମୟରେ ମୃତ୍ୟୁ ହେଲେ, କାହାକୁ ମିଳିବ କ୍ଷତିପୂରଣ ରାଶି? ସରକାର ଆଣିଲେ ନୂଆ ନିୟମ

କନକ ବ୍ୟୁରୋ: ଚାକିରି ସମୟରେ ମୃତ୍ୟୁ ହୋଇଗଲେ କର୍ମଚାରୀଙ୍କର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହିଁ କ୍ଷତିପୂରଣ ରାଶି ମିଳିବ । କେନ୍ଦ୍ର ସରକାର ଏହି ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାର କର୍ତ୍ତବ୍ୟରେ ଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏହା ସହ ଜଡିତ ଏକ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ହେଲେ କ୍ଷତିପୂରଣ କେବଳ ନୋମିନି ଉଲ୍ଲେଖ ଥିବା ସଦସ୍ୟଙ୍କୁ ହିଁ ମିଳିବ । ଅର୍ଥାତ ସରକାରୀ କର୍ମଚାରୀ ଜଣକ ଯାହାକୁ ନୋମିନି ଭାବେ ଉଲ୍ଲେଖ କରିଥିବେ କେବଳ ସେହି ସଦସ୍ୟଙ୍କୁ ହିଁ କ୍ଷତିପୂରଣ ଅର୍ଥରାଶି ମିଳିବ ।

ସୂଚନା ଥାଉ କି ବର୍ତ୍ତମାନ ପର୍ୟ୍ୟନ୍ତ ଏହି ମାମଲାରେ ନୋମିନି ଉଲ୍ଲେଖ କରିବାକୁ କୌଣସି ବାଧ୍ୟବାଧକତା ନଥିଲା। ସେହିପରି ଯଦି କେନ୍ଦ୍ରୀୟ କର୍ମଚାରୀଙ୍କ ଦ୍ୱାରା କାହାକୁ ନୋମିନି ରଖାଯାଇନାହିଁ, ତେବେ କ୍ଷତିପୂରଣ ରାଶି ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ । ଅର୍ଥାତ୍ ଏହି କ୍ଷତିପୂରଣ ରାଶି ଏକକାଳୀନ ପାଇବା ପାଇଁ କୌଣସି ସଦସ୍ୟ ହକଦାର ହେବେନାହିଁ । ସୂଚନା ଥାଉ କି ଯେ ସରକାରୀ କର୍ମଚାରୀମାନେ ପେନସନ, ପିଏଫ୍ କିମ୍ବା ଗ୍ରାଚ୍ୟୁଇଟିରେ ନୋମିନିଙ୍କ ନାମ ଉଲ୍ଲେଖ କରନ୍ତି । କିନ୍ତୁ ଡ୍ୟୁଟି କରୁଥିବାବେଳେ ମୃତ୍ୟୁ ହେଲେ ମିଳିବାକୁ ଥିବା କ୍ଷତିପୂରଣ ପାଇଁ ନୋମିନିଙ୍କ ନାମ ଉଲ୍ଲେଖ କରିନଥାନ୍ତି ।

ବର୍ତ୍ତମାନ ସରକାର ଏକ ସର୍କୁଲାର ଜାରି କରିଛନ୍ତି ଏବଂ ଏ ବାବଦରେ ନିର୍ଦ୍ଦେଶନାମା ଦେଇଛନ୍ତି। ବର୍ତ୍ତମାନ କ୍ଷତିପୂରଣ ବାବଦରେ କର୍ମଚାରୀମାନେ ନୋମିନିଙ୍କ ନାମ ଉଲ୍ଲେଖ କରିବେ । ଏହା ମାଧ୍ୟମରେ ନିଷ୍ପତ୍ତି ନିଆଯିବ ଯେ ଯଦି କର୍ମଚାରୀଙ୍କର ଡ୍ୟୁଟିରେ ଥିବାବେଳେ ମୃତ୍ୟୁ ହୋଇଯାଏ, ତେବେ ପରିବାରର କେଉଁ ସଦସ୍ୟଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ସେହିପରି ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ ଏହି ମାମଲାରେ କେବଳ ପରିବାର ସଦସ୍ୟଙ୍କୁ ବିଚାରକୁ ନିଆଯିବ । କ୍ଷତିପୂରଣ ରାଶି ପାଇଁ ପରିବାର ବ୍ୟତୀତ କୌଣସି ବାହାର ଲୋକଙ୍କୁ ବିଚାର ପରିସରକୁ ନିଆଯିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe