ରାସ୍ତାରୁ ହଜିଯିବ ପେଟ୍ରୋଲ/ଡିଜେଲ ଗାଡ଼ି: ୨୦୨୫ ପରେ କେବଳ ବିଦ୍ୟୁତଚାଳିତ ବାଇକ୍, ପ୍ରଦୂଷଣକୁ ରୋକିବାକୁ ନୀତି ଆୟୋଗର ପ୍ରସ୍ତାବ

ରାସ୍ତାରୁ ହଜିଯିବ ପେଟ୍ରୋଲ/ଡିଜେଲ ଗାଡ଼ି: ୨୦୨୫ ପରେ କେବଳ ବିଦ୍ୟୁତଚାଳିତ ବାଇକ୍, ପ୍ରଦୂଷଣକୁ ରୋକିବାକୁ ନୀତି ଆୟୋଗର ପ୍ରସ୍ତାବ

କନକ ବ୍ୟୁରୋ: ୨୦୨୩ ପରେ ପେଟ୍ରୋଲ/ଡିଜେଲ ଚାଳିତ ତିନି ଚକିଆ ଗାଡ଼ି ଭାରତୀୟ ରାସ୍ତାରେ ଆଉ ଗଡ଼ି ନପାରେ। ସେହିପରି ୨୦୨୫ ପରେ ଏଭଳି ଦୁଇ ଚକିଆ ଗାଡ଼ି ମଧ୍ୟ ଗଡ଼ିବ ନାହିଁ। ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ଦେଇଛି ନିତି ଆୟୋଗ।

ପେଟ୍ରୋଲ/ଡିଜେଲ ଗାଡ଼ି ବଦଳରେ ବିଦ୍ୟୁତ ଗାଡ଼ି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ବଡ଼ ଧରଣର ଯୋଜନା କରିଛନ୍ତି। ୨୦୦୧ରୁ ଭାରତୀୟ ରାସ୍ତା ଉପରେ ବିଦ୍ୟୁତ ଯାନ ଗଡ଼ିବା ଆରମ୍ଭ କରିଥିଲେ ମଧ୍ୟ ୨୦୧୭ରୁ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ଏଥିଲାଗି ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ଯାନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ଜିଏସଟି ୫%କୁ କମାଇ ଦିଆଯାଇଥିବା ବେଳେ ଏଭଳି ଯାନ କିଣୁଥିବା ବ୍ୟକ୍ତିଙ୍କ ଲାଗି ଆୟକର ଛାଡ଼ ସୁବିଧା ମଧ୍ୟ କରାଯାଇଛି।

ବଜେଟରେ ଏଭଳି ଘୋଷଣା ପରେ ଭାରତୀୟ ବଜାରରେ ବିଦ୍ୟୁତ ଯାନ ପ୍ରତି ଉତ୍ସାହ ଦେଖାଯାଉଛି। ଯଦି ଏଭଳି ଉତ୍ସାହ ଜାରି ରହେ ତାହାହେଲେ ୟୁରୋପ ଓ ଚୀନ ସହିତ ଯୋଡ଼ି ହୋଇଯିବ ଭାରତ। ପ୍ରଦୂଷଣରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ନରୱେ, ବ୍ରିଟେନ ଏବଂ ଚୀନ ବିଦ୍ୟୁତ ଯାନ ଉତ୍ପାଦନକୁ ତ୍ବରାନ୍ବିତ କରିଛନ୍ତି। ନରୱେରେ ଏବେ ବିକ୍ରି ହେଉଥିବା କାର ମଧ୍ୟରୁ ୨୦ ଭାଗ ବିଦ୍ୟୁତ ଚାଳିତ ଥିବା ବେଳେ ୨୦୪୦ ସୁଦ୍ଧା ଯାନଗୁଡ଼ିକୁ ଶତ ପ୍ରତିଶତ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ ରଖିଛି ବ୍ରିଟେନ। ଏହି ଜ୍ଞାନକୌଶଳରେ ଆଗୁଆ ଥିବା ଚୀନ ଏଥିରୁ ଫାଇଦା ଉଠାଇବା ଲାଗି ଭରପୂର ଉଦ୍ୟମ ଚଳାଇଛି। ୨୦୨୫ ସୁଦ୍ଧା ବିଶ୍ବ ବଜାରରେ ଚୀନର ୬୦ ଭାଗ ବିଦ୍ୟୁତ ଯାନ ଚାଲିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆମେରିକାରେ ମଧ୍ୟ ବିଦ୍ୟୁତ ଗାଡ଼ି ବେପାର ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe