ନିଷ୍ପତ୍ତି ବଦଳାଇଲେ ସରକାର ! ବିଶ୍ୱକପ୍ ପାଇଁ ରାତି ସାଢେ ଗୋଟାଏ ଯାଏଁ କେବଳ ଖୋଲାରହିବ ବାର୍ ।

455

କନକ ବ୍ୟୁରୋ : ବିଳମ୍ବିତ ରାତି ପର୍ଯ୍ୟନ୍ତ ଠିପିଖୋଲା ମଦ ଦୋକାନରେ ମଦ ବିକ୍ରି ହେବ ନାହିଁ । କେବଳ ବାରରେ ହିଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ । ବିଶ୍ୱକପ୍ ହକି ଅବସରରେ ମାସକ ପାଇଁଁ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରାଜଧାନୀର ଠିପି ଖୋଲା ମଦ ଦୋକାନ ଓ ବାରରେ ମଦ ବ୍ରିକି ପାଇଁ ସରକାର ଯେଉଁ ଅନୁମତି ଦେଇଥିଲେ ସେଥିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ଏବେ କେବଳ ରାତି ସାଢ଼େ ଗୋଟାଏ ଯାଏ ଲାଇସେନ୍ସପ୍ରାପ୍ତ ବାରଗୁଡ଼ିକରେ ମଦ ବିକ୍ରି ହୋଇପାରିବ ମାତ୍ର କୌଣସି ଅନସପ୍ ବା ଠିପିଖୋଲା ଦୋକାନରେ ମଦ ବିକ୍ରି ହେବ ନାହିଁ ବୋଲି ଅବକାରୀ ମନ୍ତ୍ରୀ ଶଶୀ ଭୂଷଣ ବେହେରା ନିଷ୍ପତ୍ତି ନେଇଛନ୍ତି ।

ରାତି ୧୦ଟା ପରିବର୍ତ୍ତେ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଅନସପ୍ ଓ ବାରରେ ମଦ ବିକ୍ରି ଅନୁମତିକୁ ବିରୋଧ କରିଥିଲା ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ । ଅଭିଯାନର ଶତାଧିକ କର୍ମୀ ଆଜି ଅବକାରୀ ମନ୍ତ୍ରୀ ଶଶୀ ବେହେରାଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ସଂପୂର୍ଣ୍ଣ ନିଶା ନିବାରଣ ପାଇର୍ ଦାବି ହେଉଥିବା ବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ସେମାନେ ସମାଲୋଚନା କରିିଥିଲେ । ତେବେ ଆଜି ସରକାର ନିଷ୍ପତ୍ତିରେ ସଂଶୋଧନ ଆଣିଥିବା ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ୍ ପୁରୁଷ ହକି ପାଇଁ ଚଳିତ ମାସ ୨୦ ତାରିଖରୁ ଆସନ୍ତା ମାସ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି କଟକଣା କୋହଳ କରିଥିଲା ଅବକାରୀ ବିଭାଗ ।