କନକ ବ୍ୟୁରୋ : ପୂର୍ବ ନିଷ୍ପତ୍ତି ଅନୁସାରେ ଆଜିଠାରୁ ସାରାଦେଶରେ ଆରମ୍ଭ ହେବାକଥା ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ସାରାଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଏବେ ଅଧକ ବ୍ୟାପକ ହେବ । କାରଣ ଆଜିଠାରୁ ଦେଶରେ ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ଘୋଷଣା କରିଛନ୍ତି ସରକାର । ଅର୍ଥାତ ପ୍ରଥମେ ଆଗଧାଡିର କରୋନା ଯୋଦ୍ଧା ଏବଂ ପରେ ୬୦ ବର୍ଷରୁ ଅଧିକ ଓ ଏକାଧିକ ରୋଗ ଥିବା ୪୫ ବର୍ଷରୁ ଅଧିକଙ୍କ ଟିକାକରଣ ପରେ ଏବେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ କରାଯିବ । ହେଲେ ଟିକା ଅଭାବରୁ ଏହି ମେଗା ଟିକାକରଣ ବାଧାପ୍ରାପ୍ତ ହୋଇଛି ।

Advertisment

- ଆଜି କେବଳ ଦେଶର ୬ଟି ରାଜ୍ୟରେ ହେଉଛି କରୋନା ଟିକାକରଣ
- ଅଳ୍ପ ପରିମାଣର ଟିକା ଥିବାରୁ କେବଳ ସାଂକେତିକ ଭାବେ ହେବ ଟିକାଦାନ
- ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରକୁ ଶୁକ୍ରବାର ଦିଆଯାଇଛି ୩ ଲକ୍ଷ କୋଭିସିଲ୍ଡ ଟିକା
- ପୁଣେ, ମୁମ୍ବାଇ ଓ ଥାଣେକୁ ଦିଆଯାଇଛି ୨୦ ହଜାର ଲେଖାଏଁ ଡୋଜ୍ ଟିକା
- ମହାରାଷ୍ଟ୍ରର ବାକି ଜିଲ୍ଲାକୁ ୩ ହଜାରରୁ ୧୦ ହଜାର ଡୋଜି ଟିକା ଦିଆଯାଇଛି
- ଉତର ପ୍ରଦେଶର ୭୫ ଜିଲ୍ଲାରୁ କେବଳ ୫ଟିରେ ହୋଇପାରିବ ଟିକାକରଣ
- ରାଜସ୍ଥାନରେ ୩୩ ଜିଲ୍ଲାରୁ ୩ଟିରେ ହୋଇପାରିବ କରୋନା ଟିକାକରଣ
- କେବଳ ଆଜମେର, ଜୋଧପୁର ଓ ଜୟପୁରରେ ଲୋକଙ୍କୁ ଦିଆଯିବ ଟିକା
- ଗୁଜରାଟରେ ମଧ୍ୟ ୩୩ ଜିଲ୍ଲାରୁ କେବଳ ୧୦ଟିରେ ଦିଆଯିବ ଟିକା
- ଛତିଶଗଡରେ ଆଜି କେବଳ ଅନ୍ତୋଦୟ କାର୍ଡଧାରୀଙ୍କୁ ଦିଆଯିବ ଟିକା
- ଓଡିଶାରେ ଶୁକ୍ରବାର ରାତିରେ ପହଂଚିଛି ଦେଢଲକ୍ଷ ଡୋଜ୍ କୋଭାକ୍ସିନ ଟିକା
- ଆଜି କେବଳ ସାଂକେତିକ ଭାବେ ଟିକା ଦିଆଯିବା ନେଇ ସୂଚନା
- ସହରାଂଚଳରେ ସପ୍ତାହାନ୍ତ ସଟଡାଉନ ଥିବାରୁ କେଉଁଠି ଦିଆଯିବ ଟିକା ସନ୍ଦେହ