ଆସିଲା ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା । ଜାଣନ୍ତୁ ତାଲିକାରେ ଅଛି ଓଡ଼ିଶାର କେଉଁ ଶିକ୍ଷାନୁଷ୍ଠାନ?

161

କନକ ବ୍ୟୁରୋ : ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକା ଭିତରେ ସ୍ଥାନ ପାଇଛି ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ । ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ । କିନ୍ତୁ ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବର ରାଙ୍କ ୯୬ରୁ ନମ୍ବର ରାଙ୍କ ଉପରକୁ ଉଠି ୮୭ରେ ପହଂଚିଛି । ଦେଶର ସର୍ବଶ୍ରେଷ୍ଠ ସଂସ୍ଥା ଭାବେ ଆଇଆଇଟି ମାଡ୍ରାସ ଲଗାତାର ତୃତୀୟ ଥର ପାଇଁ ଏହି ଗୌରବ ହାସଲ କରିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ରାଙ୍କିଂ ଫ୍ରେମୱର୍କ ପ୍ରତିବର୍ଷ ଟପ୍ ୧୦ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ କରିଥାଏ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଜାରି କରିଛନ୍ତି ।

ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକା ଭିତରେ ସ୍ଥାନ ପାଇଛି ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ । ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ । କିନ୍ତୁ ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବର ରାଙ୍କ ୯୬ ନମ୍ବରରୁ ଉପରକୁ ଉଠି ୮୭ ରାଙ୍କରେ ପହଂଚିଛି । ତେବେ ଅନ୍ୟ ବର୍ଗରେ ଓଡିଶାର ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକର କଣ ରାଙ୍କ ରହିଛି, ନଜର ପକାଇବା ।

ସାମଗ୍ରିକ ବର୍ଗରେ ସୋଆ ୩୭ ନମ୍ବରରେ ଥିବା ବେଳେ କିଟ୍ ୩୯, ଏନଆଇଟି ରାଉରକେଲା ୪୧ ନମ୍ବର, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛି । ଅନ୍ୟପଟେ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ୨୦ ନମ୍ବରରେ, କିଟ୍ ୨୧ରେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ନମ୍ବର ସ୍ଥାନରେ ରହିଛି । ମେଡିକାଲ କଲେଜ ବର୍ଗରେ ସୋଆ ୨୧, ଏମ୍ସ ଭୁବନେଶ୍ୱର ୩୧, କିଟ୍ ୩୬, ଏସସିବି ୩୯ ନମ୍ବର ସ୍ଥାନରେ ରହିଛି । ଇଞ୍ଜିନିୟରିଂ ବର୍ଗରେ ଏନଆଇଟି ରାଉରକେଲା ୨୦ ନମ୍ବର, ଆଇଆଇଟି ଭୁବନେଶ୍ୱର ୨୮ନମ୍ବର, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ୧୦୦ ନମ୍ବର ସ୍ଥାନରେ ରହିଛି । ମ୍ୟାନେଜମେଂଟ ବର୍ଗରେ କିଟ୍ ୩୧, ଆଇଆଇଏମ ସମ୍ବଲପୁର ୬୧ ଏବଂ ଆଇଏମଆଇ ଭୁବନେଶ୍ୱର ୬୨ ରାଙ୍କ ପାଇଛି। ଡେଂଟାଲ ବର୍ଗରେ ସୋଆ ୧୪ ନମ୍ବର ରାଙ୍କପାଇଥିବାବେଳେ କିଟ ୧୭ ନମ୍ବରରେ ସ୍ଥାନ ପାଇଛି । ଗବେଷଣା ବର୍ଗରେ ଏନଆଇଆଇଟି ରାଉରକେଲା ୩୧ ରାଙ୍କଏବଂ ଆଇଆଇଟି ଭୁବନେଶ୍ୱର ୪୩ ନମ୍ବର ରାଙ୍କ ପାଇଛି ।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗ୍ ଫ୍ରେମୱର୍କ ପ୍ରତିବର୍ଷ ଟପ୍ ୧୦ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ କରିଥାଏ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଜାରି କରିଛନ୍ତି । ଯେଉଁଥିରେ ୭ଟି ଆଇଆଇଟି ରହିଥିବା ବେଳେ ୨ଟି ଏନଆଇଟି ରହିଛି । ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ ଆଇଆଇଏସସି ବେଙ୍ଗାଲୁରୁ, ୩ୟରେ ଆଇଆଇଟି ବମ୍ବେ, ଦିଲ୍ଲୀ, କାନପୁର, ଖଡଗପୁର, ରୁରକି, ଗୌହାଟି ପରେ ନବମ ସ୍ଥାନରେ ଜେଏନୟୁ ଏବଂ ଦଶମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି । ତେବେ ବିଶ୍ୱବିଦ୍ୟାଳୟ ଶ୍ରେଣୀରେ ପୁଣିଥରେ ବେଙ୍ଗାଲୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟରେ ଜେଏନୟୁ ଓ ତୃତୀୟରେ ବିଏଚୟୁ ଅଛି । ଚତୁର୍ଥରେ କୋଲକାତା ବିଶ୍ୱବିଦ୍ୟାଳୟ ରହିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଉଥିବା ଏହି ଏନଆଇଆରଏଫ ତାଲିକା ମୋଟ ନଅଟି ବିଭାଗରେ ପ୍ରକାଶ ପାଇଥାଏ ଏବଂ ସାମଗ୍ରୀକ ସଫଳତାକୁ ନେଇ ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ ପାଇଥାଏ ।