କନକ ବ୍ୟୁରୋ: ବିଦ୍ୟାଳୟର ଭିତିଭୁମି ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଫାଇଭ-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ କରାଯାଉଛି । ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ସ୍କୁଲରେ ପାଠପଢୁଥିବା ୧୯୧ ଛାତ୍ରୀଙ୍କ ଭାଗ୍ୟ ଗଢୁଛନ୍ତି ହିନ୍ଦୀ, ସଂସ୍କୃତ ଶିକ୍ଷକ । ୧୯୮୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ବହୁ ପ୍ରତିଭା ସମ୍ପନ୍ନ ଓ କୃତୀ ଛାତ୍ରୀଙ୍କୁ ସୃଷ୍ଟି କରିଛି । କିଛି ବର୍ଷ ହେଲା ସରକାର ଓ ଶିକ୍ଷା ବିଭାଗର ବୈମାତୃକ ମନୋଭାବ ଏହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ପକାଇଛି ।
ଏହି ସ୍କୁଲରେ ନବମ ଶ୍ରେଣୀରେ ୧୦୬ ଛାତ୍ରୀ ଓ ଦଶମ ଶ୍ରେଣୀରେ ୮୫ ଜଣ ଛାତ୍ର୍ରୀ ପାଠପଢୁଛନ୍ତି । ମୋଟ ୧୯୧ ଜଣ ପିଲାଙ୍କୁ ପାଠ ପଢାଉଛନ୍ତି ହିନ୍ଦୀ ଓ ସଂସ୍କୃତ ଶିକ୍ଷୟତ୍ରୀ । ଗୁରୁତ୍ୱପୂର୍ଣ୍ଣ ବିଷୟ ବିଜ୍ଞାନ, ଇଂରାଜୀ ଓ ଗଣିତରେ ଦୀର୍ଘ ଦିନ ହେଲା ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢାରେ ବହୁ ଅସୁବିଧା ସୃ୍ଷ୍ଟି ହେଉଛି । ସ୍କୁଲ ପରିଚାଳନା କମିଟି ସଭାପତି, ଗ୍ରାମବାସୀ ଓ ଅଭିଭାବକ ମାନେ ଶିକ୍ଷକ ନିଯୁକ୍ତି ନେଇ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଓ ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଆଗକୁ ଶିକ୍ଷକ ନିଯୁକ୍ତି ନହେଲେ ଆନ୍ଦୋଳନକୁ ଓହ୍ଲାଇବା ନେଇ ସେମାନେ ଚେତାବନି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/06/vlcsnap-2022-06-29-18h42m53s702.png)