PFଧାରୀଙ୍କ ପାଇଁ ଆଉ ମାତ୍ର ୨ ଦିନ ବାକି । ଶିଘ୍ର କରନ୍ତୁ ଏହି କାମ ନଚେତ୍ ପାଇବେନି ପିଏଫ୍ ଟଙ୍କା !

802

କନକ ବ୍ୟୁରୋ: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ବା (ଇପିଏଫଓ) ଜାରି କରିଛି ଏପରି ନିୟମ ଯାହାକୁ ତୁରନ୍ତ ନକଲେ ବନ୍ଦ ହୋଇପାରେ ଆପଣଙ୍କ ପିଏଫ୍ ଆକାଉଣ୍ଟ ।ଫଳରେ ଏଥିରେ ଥିବା ଟଙ୍କା ମଧ୍ୟ ଆଉ ପାଇପାରିବେ ନାହିଁ  । କାରଣ ଏହି ନିୟମ ପାଇଁ ଯେଉଁ ସମୟ ସୀମା ଧାର୍ଯ୍ୟ ହୋଇଛି ତାହା ମାତ୍ର ୨ ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି । ତେଣୁ ଯଥା ଶିଘ୍ର କରିନିଅନ୍ତୁ ଏହି କାମ ।

 ଜାଣି ନିଅନ୍ତୁ ଇପିଏଫଓ ଜାରି କରିଥିବା ନୂଆ ନିୟମ, ଏହି ନିୟମ ଅନ୍ତର୍ଗତ ଆକାଉଣ୍ଟ ଧାରୀଙ୍କୁ କ’ଣ କରିବାକୁ ପଡିବ, ଏଥିପାଇଁ ସରକାର ଧାର୍ଯ୍ୟ କରିଥିବା ସମୟ ସୀମା ଏବଂ ଯଦି ଏହି ନିୟମକୁ ପାଳନ ନକରନ୍ତି ତେବେ ଆପଣଙ୍କୁ କି କି ସମସ୍ୟା ହେବ  । ଇପିଏଓ ଲାଗୁ କରିଛି ନୂଆ ନିୟମ ।

ଏହି ନିୟମ ପାଳନ କରିବାକୁ ଶେଷ ଦିନ ହେଉଛି ନଭେମ୍ବର ୩୦ ତାରିଖ । ପୂର୍ବରୁ ଏହି ସମୟ ଜୁନ୍ ପହିଲା ରହିଥିବା ବେଳେ କରୋନା ଯୋଗୁଁ ଏହାକୁ ସେପ୍ଟେମ୍ବର ପହିଲାକୁ ଘୁଞ୍ଚାଇ ଦିଆଯାଇଥିଲା ।

ଇପିଏଫଓର ନୂଆ ନିୟମ ମୁତାବକ, ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରତି ପିଏଫ୍ ଧାରୀ ନିଜ ଆକାଉଣ୍ଟ ସହ ଟଇଘ ଘଙ. ଆଧାରକାର୍ଡ ଲିଙ୍କ କରିବା ନିତାନ୍ତ ଜରୁରୀ । ଏହାସହ ଏହାକୁ ପିଏଫ୍ କର୍ମଚାରୀଙ୍କ ଦ୍ୱାରା ଭେରିଫାଏ କରାଇବାକୁ ପଡିବ । ଯଦି ଏପରି ନହୁଏ ତେବେ ନା ଆପଣଙ୍କ ଆକଉଣ୍ଟରେ ଟଙ୍କା ଜମା ହୋଇପାରିବ ନା ଆକାଉଣ୍ଟରେ ଥିବା ଟଙ୍କାକୁ ଉଠାଇ ପାରିବେ । ଏହି ନିୟମ ବାବଦରେ ପିଏଫଓ ଏକ ନୋଟିସିଫିକେସନ୍ ମଧ୍ୟ ଜାରି କରିଛି, ଯେଉଁଥିରେ ସୋସିଆଲ ସିକ୍ୟୁରିଟି କୋଡ୍ -୨୦୨୦ ର ଧାରା ୧୪୨ ଅଧିନରେ ଏହି ନିୟମକୁ ଲାଗୁ କରାଯାଇଛି । ଏଥିରେ ସଫା ସଫା ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ପିଏଫ୍ ଆକାଉଣ୍ଟ ଆଧାର କାର୍ଡ ସହ ଲିଙ୍କ ହୋଇନାହିଁ କିମ୍ବା ୟୁଏନଓ ଆଧାର ଭେରିଫାଏଡ୍ ହୋଇନାହିଁ, ତେବେ ଆକାଉଣ୍ଟ ଧାରୀଙ୍କ ଇସିଆର ମାନେ ଇଲେକ୍ଟ୍ରୋନିକ୍ ଚାଲାନ୍ କମ୍ ରିଟର୍ଣ୍ଣ ଜମା ହୋଇପାରିବ ନାହିଁ । ତେବେ ଆକଉଣ୍ଟଧାରୀ ଘରେ ବସି ଏହାକୁ ନିଜ ଆଧାର ସହ ଲିଙ୍କ କରିପାରିବେ ଓ କର୍ମଚାରୀଙ୍କ ଦ୍ୱାରା ଭେରିଫାଏ କରାଇପାରିବେ ।

ନିଜେ ପିଏଫ୍ ଆକାଉଣ୍ଟ ସହ UAN AADHAR ଲିଙ୍କ କରିବେ କିପରି?

ପ୍ରଥମେ ଇପିଏଫଓ ୱେବସାଇଟକୁ ଯାଆନ୍ତୁ: WWW.epfindia.gov.in

ଏହାପରେ Online Service Option ଆସିବ

ଏଥିରେ ekyc portal Option    ଆସିବ । ଏହା ଉପରେ click କଲେ KYC portal Window ଆସିବ

ଏହ ତଳକୁ EPFO members  ର ଏକ Option ଆସିବ

ତା’ ପରେ ରହିଛି LINK UAN AADHAR Option

ଏହା ଉପରେ କ୍ଲକ କଲେ ଆସିବ Online Form

ଏଥିରେ ଆପଣଙ୍କ ଆଧାର କାର୍ଡରେ ଥିବା ୟୁଏଏନ୍ ନମ୍ବର ସହ ଅନ୍ୟାନ୍ୟ ତଥ୍ୟ ଲେଖି submit କରିଦିଅନ୍ତୁ । ତୁରନ୍ତ ଆପଣଙ୍କ EPF ଆକାଉଣ୍ଟ ୟୁଏଏନ୍ ଆଧାର ସହ ଲିଙ୍କ ହୋଇଯିବ । ଏବଂ ଆପଣ ପୂର୍ବ ଭଳି ଇପିଏଫର ସବୁ ସୁବିଧା ପାରିପାରିବେ ।