କନକ ବ୍ୟୁରୋ: କରୋନା କାଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୟୁ-ଟ୍ୟୁବ୍ ଷ୍ଟ୍ରିମିଂ ଜରିଆରେ ଅନଲାଇନ ପାଠପଢା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହେଲେ ମୋବାଇଲ ନେଟୱର୍କ ପାଇଁ ସ୍କୁଲ ପିଲା କିଭଳି ହନ୍ତସନ୍ତ ହେଉଛନ୍ତି ତାର ବିକଳ ଚିତ୍ରସବୁ ସାମ୍ନାକୁ ଆସିବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଆନିଗଡଠାରେ ଜଙ୍ଗଲ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନାହିଁ ଆଉ ଯାହା ପାଖରେ ମୋବାଇଲ ଅଛି, ସେଠି ନେଟୱର୍କ ନାହିଁ । ତେଣୁ ପିଲାଏ ଅନଲାଇନ ପାଠପଢା ପାଇଁ ଜଙ୍ଗଲ କିମ୍ବା ପାହାଡ ଉପରକୁ ଆସୁଛନ୍ତି । ଯେଉଁଠି ମୋବାଇଲ ନେଟୱର୍କ ଆସିଲା, ସେହିଠାରେ ବସି ପାଠ ପଢୁଛନ୍ତି । ବଡଠାରୁ ଛୋଟପିଲା ସସସ୍ତେ ଜଙ୍ଗଲ ଭିତରେ ପାହାଡ ଉପରେ ପଥରରେ ବସି ୟୁ-ଟ୍ୟୁବ ଲାଇଭ ଷ୍ଟ୍ରିମିଂରେ ପାଠ ପଢୁଥିବା ଦେଖିବାକୁ ମିଳୁଛି । ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ସ୍କୁଲ ପିଲାଏ ରାସ୍ତା ଉପରେ ବସି ପାଠ ପଢୁଥିବାର ଚିତ୍ର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଫଟୋସବୁ ଭାଇରାଲ ହେବାରେ ଲାଗିଛି ।
ନେଟୱର୍କ ଯେଉଁଠି ପାଠପଢ଼ା ସେଇଠି । ପାହାଡ ଚଢି ପିଲା ପଢୁଛନ୍ତି ୟୁ-ଟ୍ୟୁବ ପାଠ । ରାଜ୍ୟର ବିଭିନ୍ନ ଭାଗରୁ ଆସୁଛି ଅନଲାଇନ ପାଠପଢ଼ାର ବିକଳ ଚିତ୍ର
Advertisment
Follow Us