ଆଶା ଆଶଙ୍କାରେ ଛାତ୍ର ସଂସଦ ନିର୍ବାଚନ; କରୋନା କଟକଣା ପାଇଁ ଅନଲାଇନରେ ହୋଇପାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ

Advertisment
ଆଶା ଆଶଙ୍କାରେ ଛାତ୍ର ସଂସଦ ନିର୍ବାଚନ; କରୋନା କଟକଣା ପାଇଁ ଅନଲାଇନରେ ହୋଇପାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ

କନକ ବ୍ୟୁରୋ: କରୋନା ପ୍ରକୋପ ଯୋଗୁଁ ଏଥର ଦେଶର ବିଶ୍ବବିଦ୍ୟାଳୟ ଓ କଲେଜମାନଙ୍କରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ରାଜସ୍ଥାନ ସରକାର ଏଥର ବିଶ୍ବବିଦ୍ୟାଳୟ ଓ କଲେଜରେ ଛାତ୍ର ସଂସଦର ନିର୍ବାଚନ ସମ୍ଭବ ନୁହେଁ ବୋଲି କହିସାରିଛନ୍ତି। ଦେଶର ଅନ୍ୟ ରାଜ୍ୟମାନଙ୍କର ଆଭିମୁଖ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନଥିବାବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମୈତ୍ରେୟୀ କଲେଜ ଛାତ୍ର ସଂସଦର ନିର୍ବାଚନ ଅନ୍‌ଲାଇନ୍‌ରେ‌ କରାଯାଇଥିବା କଲେଜ ପକ୍ଷରୁ କୁହାଯାଇଛି।

କଲେଜର ପ୍ରିନ୍ସପାଲ ଡଃ ହରିତମା ଚୋପ୍ରା କହିଛନ୍ତି ଯେ, ଲକ୍ଡାଉନ୍ରେ କଲେଜର ଶିକ୍ଷକମାନଙ୍କ ଦ୍ବାରା ଅନ୍ଲାଇନରେ କ୍ଲାସଗୁଡ଼ିକର ସଞ୍ଚାଳନ କରିବା ପରେ ଛାତ୍ର ସଂସଦର ନିର୍ବାଚନ ପ୍ରକ୍ରିୟାକୁ ଅନ୍‌ଲାଇନ୍‌ରେ‌ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିର୍ବାଚନ ପ୍ରଚାର ମଧ୍ୟ ଅନ୍‌ଲାଇନ୍‌ରେ‌ ହୋଇଥିଲା। ନିର୍ବାଚନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଗତବର୍ଷ ତୁଳନାରେ ଚଳିତ ନିର୍ବାଚନରେ ଦେଢ଼ଗୁଣ ଅଧିକ ଭୋଟର ନିଜର ଭୋଟଦାନ ଅଧିକାର ସାବ୍ୟସ୍ତ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଭିଡିଓ କନ୍ଫରେନ୍ସିଂରେ ଘୋଷଣା କରାଯାଇଥିଲା। ମୈତ୍ରେୟୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ଭିତ୍ତି କରି ଦେଶର ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଅନ୍‌ଲାଇନ୍‌ରେ ଛାତ୍ର ସଂସଦ ନିର୍ବାଚନକୁ ଆପଣେଇବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe