ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ ପାଇଁ ଆରମ୍ଭ ହେଲା ଅନଲାଇନ ଟିକେଟ ବୁକିଂ । ଜାଣନ୍ତୁ ଟିକେଟର ମୁଲ୍ୟ ଓ ବୁକିଂର ପ୍ରକ୍ରିୟା ।

Advertisment
ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ ପାଇଁ ଆରମ୍ଭ ହେଲା ଅନଲାଇନ ଟିକେଟ ବୁକିଂ । ଜାଣନ୍ତୁ ଟିକେଟର ମୁଲ୍ୟ ଓ ବୁକିଂର ପ୍ରକ୍ରିୟା ।

ଓଡିଶାକୁ ହକିର ଗଡ କୁହାଯାଉଥିବା ବେଳେ ପୁଣି ଓଡିଶାବାସୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ହକି ପ୍ରେମୀମାନଙ୍କ ପାଇଁ କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ଅନଲାଇନ ଟିକେଟ ବୁକିଂ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏହି ଅନଲାଇନ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଛନ୍ତି । ହକିପ୍ରେମୀମାନେ ଏହି ଅନଲାଇନ ଟିକେଟ୍ www.ticketgenie.in ରେ ବୁକିଂ କରିପାରିବେ । ତେବେ ଏହି ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୧୬ଟି ଦେଶ ଭାଗନେଉଥିବାବେଳେ ୩୬ଟି ମ୍ୟାଚ୍ ଆୟୋଜନ ହେବ ବୋଲି ସୁଚନା ମିଳିଛି । ତେବେ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀଙ୍କ କହିବା ମୁତାବକ ଦର୍ଶକମାନେ କେବଳ ୩ଟି ଗ୍ୟାଲେରୀ ଇଷ୍ଟ, ସାଉଥ ଏବଂ ନର୍ଥ ଷ୍ଟାଣ୍ଡରେ ଥିବା ସିଟ ପାଇଁ ବୁକିଂ କରିପାରିବେ । ତେଣୁ ଏଥିପାଇଁ ଇଷ୍ଟ ଗ୍ୟାଲେରୀ ଷ୍ଟାଣ୍ଡ ପାଇଁ ଟିକେଟ ମୁଲ୍ୟ ୨ଶହ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ନର୍ଥ ଓ ସାଉଥ ଗ୍ୟାଲେରୀ ଷ୍ଟାଣ୍ଡର ସିଟ ମୂଲ୍ୟ ଶହେ ଟଙ୍କା ଧାର୍ଯ୍ୟ କରାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ତେବେ ଲିଗ ମ୍ୟାଚକୁ ବାଦ ଦେଲେ ନକ୍ ଆଉଟ୍ ମ୍ୟାଚ ପାଇଁ ଦର୍ଶକମାନେ ଅଧିକ ୫୦ ଟଙ୍କା ଦେଇ ହକିର ମଜା ଉଠାଇପାରିବେ ।

ତେବେ ୱେଷ୍ଟ ଗ୍ୟାଲେରୀ ଷ୍ଟାଣ୍ଡ କେବଳ ଭିଆପି ଓ ଭିଭିଆଇପିଙ୍କ ପାଇଁ ରିଜର୍ଭ ରଖାଯାଇଥିବା ମନ୍ତୀ ଚନ୍ଦ୍ର ସାରଥୀ କହିଛନ୍ତି । ପୂର୍ବରୁ ୨୨ତମ ଏସିଆନ ଆଥଲେଟିକ ଚାମ୍ପିୟନସିପ୍, ହକି ୱାର୍ଲ୍ଡ ଲିଗ୍ ଫାଇନାଲ ଏବଂ ହିରୋ ହକି ଲିଗ୍ ଭଳି କ୍ରୀଡା ଆୟୋଜନ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ବିଶ୍ୱ ସ୍ତରରୁ ଶୁଭେଚ୍ଛା ମିଳିଥିଲା । ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ନିଜର ସମସ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । ତେଣୁ ଆଗାମୀ ହକି ବିଶ୍ୱ କପ୍ କ୍ରୀଡା ମହାକୁମ୍ଭକୁ କିଭଳି ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରି ସମସ୍ତ ବିଶିଷ୍ଟ ଅତିଥି ମାନଙ୍କୁ ଅଭିନନ୍ଦନ ସହ ଆମନ୍ତ୍ରଣ କରି ସାରା ବିଶ୍ୱକୁ ଓଡିଶାକୁ ଦେଖିବା ପାଇଁ ପ୍ରୟାସ କରିଥିବା ଟ୍ୱିଟ୍ ଜରିଆରେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe