ଆଇପିଏଲ ୨୦୨୪ ପ୍ରଥମ ମ୍ୟାଚ ପାଇଁ ଅନଲାଇନ ଟିକେଟ ବୁକିଂ ଆରମ୍ଭ: ସର୍ଭର ଡାଉନକୁ ନେଇ ଅସନ୍ତୁଷ୍ଟ ହେଲେ କ୍ରିକେଟପ୍ରେମୀ

439

କନକ ବ୍ୟୁରୋ: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୭ତମ ସଂସ୍କରଣ । ଫଟାଫଟ୍ କ୍ରିକେଟ ଟୂର୍ଣ୍ଣାମେଂଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଥିପାଇଁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ସାଇଟ କ୍ରାସ କାରଣରୁ ଅନେକ ଦର୍ଶକ ଟିକେଟ ପାଇବାରୁ ବଂଚିତ ହୋଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସିଏସକେ ଓ ଆରସିବି ମ୍ୟାଚ ପାଇଁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ଟିକେଟର ମୂଲ୍ୟ ୧୭ଶହ ଟଙ୍କାରୁ ଆରମ୍ଭ ହୋଇ ୭ହଜାର ୫ଶହ ପର୍ଯ୍ୟନ୍ତ ରହିଛି । ପ୍ରଥମ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ହୋଟେଲ, ଷ୍ଟାଡିୟମ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।