ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଫୋନ କଲେ ଗ୍ରାହକଙ୍କ ନିକଟରେ ପହଁଚି ଯାଉଛନ୍ତି କଲ୍ ଗାର୍ଲ । ରାତିକ ଦାମ ୩ ହଜାରରୁ ଲକ୍ଷେ ।

6,597

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନଯାକର କୋଳାହଳ ଥମିଗଲା ପରେ ରାତିର ଅନ୍ଧାରରେ ଖୁବଜୋରରେ ନିଶ୍ୱାସ ନେଉଛି ନିର୍ଦ୍ଦିଷ୍ଟ କିଛି ଆପାର୍ଟମେଂଟ । ଅଜଗର ପରି ଗର୍ଜନ, ନିର୍ଜନ ରାତିକୁ ଚିରି ଶବ୍ଦ କରୁଥିଲେ ମଧ୍ୟ- ଏହା ଗାଢ ନିଦରେ ଶୋଇଥିବା କ୍ୟାପିଟାଲବାସୀଙ୍କୁ ବ୍ୟତିବସ୍ତ କରୁନାହିଁ । ଆଉ ସମସ୍ତଙ୍କ ଅଜାଣତରେ ବେଧଡକ୍ ଚାଲୁଛି ଦେହ ବ୍ୟବସାୟ । ଦେହ ଓ ମନର ଭୋକ ମେଂଟାଇବାକୁ ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ ପହଂଚି ଯାଉଛନ୍ତି ହାଇପ୍ରୋଫାଇଲ ଝିଅ । ପୋଲିସ ଓ ପ୍ରଶାସନର ଆଖିରେ ଧୁଳିଦେଇ ଏହିଭଳି ଅବୈଧ କାରବାର ଚଳାଇଛନ୍ତି କିଛି ଦଲାଲ । ଫୋନ କଲେ ଯୋଗାଇ ଦେଉଛନ୍ତି କଲଗାର୍ଲ ।

କେମିତି ଚାଲିଛି ଏହି ଦେହ ବ୍ୟବସାୟ ? କେଉଁମାନେ ଏହି କାରବାରରେ ସଂପୃକ୍ତ? କେତେ ଟଙ୍କା ଦେଲେ ଝିଅ ଯୋଗାଇ ଦେଉଛନ୍ତି ଦଲାଲ? ରାତିକ ପାଇଁ କେତେ ଟଙ୍କା ଦାବି କରନ୍ତି କଲଗାର୍ଲ? ଏସବୁ ପ୍ରଶ୍ନର ଉତର ପାଇବା ପାଇଁ ଛାନଭିନ କରୁକରୁ ମିଳିଥିଲା ଜଣେ ଦେହ ଲଦାଲଙ୍କ ନମ୍ବର । ଆଉ ସେହି ଦଲାଲ ସହିତ କଥାବାର୍ତା ପରେ ଜଣାପଡିଲା, ରାଜଧାନୀରେ କେମିତି ଚାଲିଛି ଦେହ ବ୍ୟବସାୟ ।

ଟଙ୍କା ନେଇ ଝିଅ ଯୋଗାଇ ଦେଉଥିବା ଏହି ଦଲାଲ ସହିତ କଥାବାର୍ତା ପରେ ଜଣାପଡିଲା ଅବୈଧ କାରବାରରେ ସଂପୃକ୍ତ ଅନେକ ହାଇପ୍ରୋଫାଇଲ ଝିଅ । ଆଉ ଗ୍ରାହକ ତାଲିକାରେ ଅଛନ୍ତି ନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ପୋଲିସ ବାବୁ । ଏପରିକି ନୂଆବର୍ଷରେ କଲଗାର୍ଲଙ୍କ ବେଶି ଡିମାଣ୍ଡ । ତେଣୁ ଖୋଜାପଡୁଛି ଏହିଭଳି ଦେହ ଦଲାଲମାନଙ୍କୁ ।

ଦଲାଲର ସ୍ୱୀକାରୋକ୍ତି ଅନୁସାରେ ପୋଲିସକୁ ଚାନ୍ଦାଦେଇ ଖୁଲମଖୁଲା ଚାଲିଛି ଦେହ ବେପାର । ଏପରିକି ଦଲାଲଙ୍କ ପେ’ ରୋଲରେ ଅଛନ୍ତି ଆପାର୍ଟମେଂଟ ମାଲିକ ଓ କଲେଜ ସିକ୍ୟୁରିଟି । ଧରାପଡିଗଲେ ୪-୫ଦିନ ଭିତରକୁ ଯିବାକୁ ପଡୁଛି । ହେଲେ ସେଠି ବି ପାଇସା ଦେଇ ବାହାରକୁ ବାହିବାର ବାଟ ରହିଛି ।