ଯଦି ଆପଣ ଭୋଟର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା କାର୍ଡରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଉ ନିର୍ବାଚନ କାର୍ଯ୍ୟାଳୟ ବାହାରେ ଚକ୍କର କାଟିବାକୁ ପଡିବ ନାହିଁ । ଆପଣ ଅନଲାଇନ୍ ମାଧ୍ୟମରେ ଏଥିରେ ସୁଧାର ଆଣିପାରିବେ । ଏଥିପାଇଁ ଆପଣଙ୍କୁ ଇଲେକ୍ସନ୍ କମିଶନଙ୍କ ୱେବସାଇଟ୍ www.nvsp.in ରେ ଲଗ୍ ଇନ୍ କରି ଆବେଦନ କରିବାକୁ ପଡିବ ।
ପ୍ରତିଟି ନିର୍ବାଚନ ପରେ ଭୋଟର୍ ଲିଷ୍ଟ୍ ଅପଡେଟ୍ କରାଯାଏ । ଏଥିପାଇଁ ଭୋଟର ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଅନଲାଇନ୍ ଆଇଡି କାର୍ଡକୁ ଅପଡେଟ୍ କରିପାରିବେ । ଏହି ପ୍ରକ୍ରିୟା ଜରିଆରେ ନିର୍ବାଚନ ଅଫିସରଙ୍କୁ ଏମଏମଏସ୍ ମାଧ୍ୟମରେ ରେଜିଷ୍ଟ୍ରେସନ୍ ବିଷୟରେ ଜ୍ଞାତ ହୋଇଯାଏ । ତେବେ ଦେଶରୁ ୭୫୦୦ ଇଲେକ୍ଟୋରଲ ଅଫସରଙ୍କୁ ଏହି ନୂଆ ପ୍ଲାଟଫର୍ମରେ ଯୋଡାଯାଇଛି । ଏଥି ଜରିଆରେ ରେଜିଷ୍ଟ୍ରେସନ୍ ତଥା ପରିବର୍ତ୍ତନ ବିଷୟରେ ମଧ୍ୟ ସୁଚନା ମିଳିଯାଏ ।
ଜାଣନ୍ତୁ କ’ଣ ଏହି ଭୋଟର ଲିଷ୍ଟରେ ଅନଲାଇନ୍ ନାଁ ଅପଡେଟ୍ କରିବା ପ୍ରକ୍ରିୟା-
• ସର୍ବପ୍ରଥମେ www,nvsp.in ୱେବସାଇଟକୁ ଯାଇ ସମ୍ବନ୍ଧିତ ଦସ୍ତାବିଜକୁ ଅପଲୋଡ୍ କରନ୍ତୁ ।
• ଆପଣଙ୍କୁ ଏଠାରେ କହିରଖୁଛୁ ଅପଡେଟ୍ ପାଇଁ ଗୋଟିଏ ପାସପୋର୍ଟ ସାଇଜ୍ ଫଟୋ,ଜନ୍ମ ପ୍ରମାଣ ପତ୍ର,ପାସପୋର୍ଟ,ଡ୍ରାଇଭିଙ୍ଗ୍ ଲାଇସେନ୍ସ,ପ୍ୟାନ୍ କାର୍ଡ କିମ୍ବା ହାଇସ୍କୁଲ ମାର୍କସିଟର ଆବଶ୍ୟକତା ରହିଛି ।
• ଠିକଣାର ପ୍ରମାଣ ପାଇଁ ଆପଣ ରାସନ୍ କାର୍ଡ,ପାସପୋର୍ଟ, ଡ୍ରାଇଭିଙ୍ଗ୍ ଲାଇସେନ୍ସ,ପାଣି,ବିଜୁଳୀ ବା ଟେଲିଫୋନ୍ ବିଲ୍ ଆବଶ୍ୟକତା ପଡିପାରେ ।
• ଏହାପରେ ଆପଣଙ୍କ ଆପ୍ଲିକେସନକୁ ଜମା କରିଦିଅନ୍ତୁ । ଜମା କରିବା ତୁରନ୍ତ ଆପଣଙ୍କ ପାଖକୁ ଏକ ଇମେଲ୍ ଆସିବ । ଯେଉଁଥିରେ ଅପଡେଶନ୍ ଏବଂ ଆପ୍ଲିକେସନ୍ ଆଇଡି ରହିବ ।
• ଏହି ଆପ୍ଲିକେସନ୍ ଆଇଡି ଜରିଆରେ ଆପଣ ନିଜର ରିକ୍ୱେଷ୍ଟ ଟ୍ରାକ୍ କରିପାରିବେ ।
• ଏହାପରେ ଆପଣଙ୍କ ଭୋଟର କାର୍ଡକୁ ଏକମାସ ମଧ୍ୟରେ ଜାରୀ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/30_08_2018-voter-idcard_18370102_165358729.jpg)
/kanak/media/post_attachments/wp-content/uploads/2018/08/VOTERID-300x204.jpg)