ଯଦି ଆପଣ ରେଳ ଯାତ୍ରା କରୁଛନ୍ତି ତେବେ ଏହି ନିୟମ ଆପଣଙ୍କ ପାଇଁ ଜାଣିବା ଜରୁରୀ ସୂଚନା ଅଟେ। ରେଳବାଇ ଟିକେଟ ବୁକିଂ ସିଷ୍ଟମକୁ ପରିବର୍ତ୍ତନ କରି ଦେଇଛି। କିଛିଦିନ ହେବ ରେଳବାଇର ତତ୍କାଳ ଟିକେଟ ବୁକିଂ ସୁବିଧାର ଦୁରୂପଯୋଗ ହେବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ରେଳବାଇ ତରଫରୁ ତତ୍କାଳ ଅନଲାଇନ୍ ଟିକେଟ ବୁକିଂରେ ପରିବର୍ତ୍ତନ କରାଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ, ଅନଲାଇନରେ ଟିକେଟ ବୁକିଂ ସମୟରେ ହେଉଥିବା ଦୁରୂପଯୋଗକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ନୂଆ ନିୟମ ଜରିଆରେ ଆପଣ ତତ୍କାଳଶ୍ରେଣୀରେ ଗୋଟିଏ ଆଇଡିରୁ ଲଗଇନ୍ କରୁଛନ୍ତି ତେବେ କେବଳ ଗୋଟିଏ ଟିକେଟ ହିଁ ବୁକିଂ ହେବ। ଯଦି ଆପଣ ଆଉ ଗୋଟିଏ ଟିକେଟ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପୁଣିଥରେ ଲଗଇନ୍ କରିବାକୁ ପଡ଼ିବ। ଥରକରେ ଆପଣ ଦୁଇରୁ ଅଧିକ ତତ୍କାଳ ଟିକେଟ କାଟି ପାରିବେ ନାହିଁ। ସେହିପରି ଗୋଟିଏ ମାସରେ ଅତିବେଶୀରେ ୬ଟି ଟିକେଟ କାଟି ହେବ । ଯଦି ଆପଣଙ୍କ ଆଇଡି ସହିତ ଆଧାର ଲିଙ୍କ ହୋଇଛି ତେବେ ୧୨ଟି ଟିକେଟ କାଟିପାରିବେ। ରେଳବାଇର ଏହି ନୂଆ ନିୟମ ଅନୁସାରେ ଯଦି ଆପଣ ଅନଲାଇନ୍ ରିଜରଭେସନ ଫର୍ମ ଭରୁଛନ୍ତି ତେବେ ଯାତ୍ରୀଙ୍କ ସୂଚନା ଭରିବା ପାଇଁ ୨୫ସେକେଣ୍ଡର ସମୟ ଦିଆଯିବ। ସିକ୍ୟୁରିଟି କ୍ୟାପଚର ଭରିବା ପାଇଁ ୫ ସେକେଣ୍ଡର ସମୟ ମିଳିବ। ଅର୍ଥାତ୍ ଆପଣଙ୍କୁ ଗୋଟିଏ ଟିକେଟ ବୁକ କରିବା ପାଇଁ ୪୦ସେକେଣ୍ଡ ମିଳିବ। ସମସ୍ତ ବ୍ୟାଙ୍କ ପାଇଁ ଅନଲାଇନ୍ ଟିକେଟ ବୁକିଂ ସମୟରେ ନେଟ ବ୍ୟାଙ୍କିଂ ଜରିଆରେ ଟଙ୍କା ପୈଠ ବେଳେ ଓ୍ଵାନ୍ ଟାଇମ୍ ପାସଓ୍ଵାର୍ଡ ବାଧ୍ୟତାମୂଳକ କରି ଦିଆଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2017/05/xxx-3.jpg)
/kanak/media/post_attachments/wp-content/uploads/2017/10/indian-railway_1508905724-300x139.jpeg)