ଏଣିକି ଅନଲାଇନରେ ମିଳିପାରିବ ଯୁକ୍ତ ଦୁଇ ସାର୍ଟିଫିକେଟ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ଘରେ ବସିକି ମିଳିବ ଯୁକ୍ତ ଦୁଇ ପ୍ରମାଣପତ୍ରର ନକଲ କପି । ଛାତ୍ରଛାତ୍ରୀଙ୍କୁ ଡ୍ୟୁପ୍ଲିକେଟ୍ ସାଟିଫିକେଟ ଯୋଗାଇ ଦେବା ଉଦେଶ୍ୟରେ କାଉନସିଲ ଅଫ ହାୟର ସେକଣ୍ଡାରୀ ଏଜୁକେସନ ଏବଂ ଏସବିଆଇ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଫଳରେ କୌଣସି ପିଲାକୁ ଏବେ ନିଜ ଡ୍ୟୁପ୍ଲିକେଟ୍ ସାର୍ଟିଫିକେଟ ପାଇଁ ଆଉ ଭୁବନେଶ୍ୱରକୁ ଦୌଉଡିବାକୁ ପଡିବ ନାହିଁ । ସିଏଚଏସଇର ନିଜ ୱେବ ସାଇଟକୁ ଯାଇ ସେଥିରେ ଆବେଦନ କଲେ ମାତ୍ର ୭ ଦିନ ଭିତରେ ସାର୍ଟିଫିକେଟ ପାଇପାରିବେ ବୋଲି କହିଛନ୍ତି କାଉନସିଲ ଅଧଷ ସୂଚନା ଦେଇଛନ୍ତି ।ସେପଟେ ଆବେଦନ କାରୀଙ୍କୁ ମାତ୍ର ୧୦୦ ଟଙ୍କା ଦେବାକୁ ପଡିବ । ଆଗାମୀ ଦିନରେ ଏହି ବ୍ୟବସ୍ଥା ଅନୁସାରେ ମାଇଗ୍ରେସନ ସାର୍ଟିଫିକେଟ ଆଦି ଉପଲବ୍ଧ କରାଯିବାର ଯୋଜନା କରାଯାଉଛି ।