କନକ ବ୍ୟୁରୋ: ଅନଲାଇନ୍ ଗମରୁ କୋଟିପତି ପ୍ରସଙ୍ଗ। ଦ୍ୱିତୀୟ ଦିନର ବି ଜାରି ରହିଛି ଇଡିର ଚଢାଉ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ ଗୋଗୁଆ, ଜଙ୍ଗଳା ଓ ରୁଗୁଡ଼ା ଗ୍ରାମର ୬ଜଣଙ୍କ ଘରେ ଚାଲିଛି ଜୋରଦାର ରେଡ୍। ଗତକାଲି ଠାରୁ ଚାଲିଥିବା ଏହି ରେଡରେ ୪୦ରୁ ଅଧିକ ଇଡି ଅଧିକାରୀ ନିୟୋଜିତ ଅଛନ୍ତି। ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ କରାଯାଇଛି। ଫି-ଉଇନ ଗେମ୍ ନାମକ ଅନଲାଇନ ବେଟିଂ ଗେମ୍ ଜରିଆରେ କୋଟି କୋଟି ଟଙ୍କା କାରବାରର ସୁରାଗ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।