କନକବ୍ୟୁରୋ: ଅନଲାଇନ ଗେମରୁ କୋଟିପତି। ୬ ଜଣଙ୍କ ଘରେ ଇଡ଼ି ଚଢଉ। ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମର ୬ଟି ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୂଚନା ଅନୁସାରେ, ଗତ କିଛି ମାସ ତଳେ ମୋବାଇଲରେ ଫି ୱିନ ନାମକ ଅନଲାଇନ ଖେଳ ପାଇଁ ଅଭିଯୋଗ ହୋଇଥିଲା। ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହେଉଥିବା ଅଭିଯୋଗ ହୋଇଥିଲା। ଆଜି କୋଲକାତାର ୪୦ ଜଣିଆ ଇଡି ଟିମ୍ ଚଢାଉ କରୁଛନ୍ତି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି । କେମିତି ଗେମିଂରୁ ଏତେ ପରିମାଣର ଟଙ୍କା କାରବାର ହୋଇଛି ତାହାର ଖୋଳତାଡ କରୁଛି ଇଡି।
ଅନଲାଇନ ଗେମରୁ କୋଟିପତି, ବଡଗୋଗୁଆ ଗ୍ରାମର ୬ଟି ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ।
Advertisment
Follow Us