କନକ ବ୍ୟୁରୋ : ମୋବାଇଲ ଫୋନରେ ଗେମ୍ ଖେଳି ଆତ୍ମହତ୍ୟା ଉଦ୍ୟମ । ନିଜ ବେକ ନିଜେ କାଟି ଗୁରୁୁତର ଭାବେ ଆହତ ହୋଇଛନ୍ତି ଯୁବକ । ତେବେ ଚିକିତ୍ସା ପାଇଁ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନୁଗୁଳ ଜରପଡ଼ା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁର ସୌମ୍ୟରଂଜନ ନାଏକ ଦୀର୍ଘ ଦିନ ହେଲା ଅନଲାଇନ୍ ଗେମ୍ ଖେଳୁଥିଲେ । ଗେମରେ ହାରିଯିବା ପରେ ନିଜର ମାନସିକ ସ୍ଥିତି ହରାଇ ଧାର୍ରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି ।

Advertisment