ସେନା ନାଁରେ ଠକେଇ… ଯବାନଙ୍କ ପରିଚୟ ଦେଇ ବୁଲେଟ୍ ବିକିବାକୁ କହି ଟଙ୍କା ଲୁଟିନେଲେ ଲୁଟେରା । ସମ୍ବଲପୁରର ଯୁବକଙ୍କ ଠାରୁ ୧ ଲକ୍ଷ ୨୪ ହଜାର ଟଙ୍କା ଲୁଟିନେଲେ ଅନଲାଇନ୍ ଠକ

917

କନକ ବ୍ୟୁରୋ: ପୁଣି ଅନଲାଇନ୍ ଠକେଇର ଶିକାର ହେଲେ ଯୁବକ । ଓଏଲଏକ୍ସରେ ଠକେଇ । ଯବାନ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା । ନୂଆ ଜିନିଷର ଫଟୋ ଦେଇ କମ୍ ଦାମରେ ବିକିବାର ଅଭିନୟ କରି ସମ୍ବଲପୁରରେ ଜଣଙ୍କ ଠାରୁ ୧ ଲକ୍ଷ ୨୪ ହଜାର ଟଙ୍କାର ଠକେଇ ପରେ ସମ୍ବଲପୁରରୁ ଏଭଳି ଲୁଟ୍ ଖବର ସାମ୍ନାକୁ ଆସିଛି ।

ଲୋଭନୀୟ ଅଫର, ସାଙ୍ଗକୁ ଚାକିରୀ ସ୍ଥାନାନ୍ତରର ବାହାନା ଦେଖାଇ ଓଏଲକ୍ସରେ ମାତିଛନ୍ତି କିଛି ପେଶାଦାର ଲୁଟେରା । ନିଜକୁ ବ୍ୟାଙ୍କ କର୍ମଚାରୀ, ଯବାନ କହିି ଠକି ନେଉଛନ୍ତି ଲକ୍ଷଲକ୍ଷ ଟଂକା । ଏମିତି ଏକ ଠକେଇର ଶିକାର ହୋଇଛନ୍ତି ସମ୍ବଲପୁର ଟାଉନଥାନା ଦେଉଳବନ୍ଧର ସୌମ୍ୟଜିତ ଦାସ । ଓଏଲଏକ୍ସରେ ଏକ ନୂଆ ବୁଲେଟ ଗାଡିର ବିଜ୍ଞାପନ ଦେଖି ସୌମ୍ୟଜିତ ପଇସା ଅନଲାଇନରେ ପଇଠ କରିଥିଲେ । ହେଲେ ଗାଡି ମିଳିଲାନି କି ପଇସା ।

ନିଜକୁ ଯବାନର ପରିଚୟ ଦେବାରୁ ସୌମ୍ୟଜିତ ପର୍ଯ୍ୟାୟ କ୍ରମେ ୧ଲକ୍ଷ ୨୪ ଲକ୍ଷ ଟଂକା ଦେଇଥିଲେ । ଟଂକା ଦେବା ପରେ ସମ୍ପୃକ୍ତ ବଜ୍ଞାପନ ଦାତା ଆଉ ସୌମ୍ୟଜିତଙ୍କୁ ଧରାଛୁଆଁ ଦେଉନାହିଁ । ପରେ ଲୁଟ୍ର ଶିକାର ହୋଇଥିବା ଜାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟଜିତ । ତେବେ ଏମିତି ଘଟଣା ଅନେକ ଥର ସାମ୍ନାକୁ ଆସୁଥିବାରୁ ଲୋକଙ୍କୁ ବି ସଚେତନ ରହିବା ପାଇଁ ସୌମ୍ୟଜିତ ନିବେଦନ କରିଛନ୍ତି ।