ମାଲକାନଗିରି ଜିଲ୍ଲାରେ ସବୁ ସୀମା ଟପିଗଲା ଅନଲାଇନ୍ ଠକେଇ । ପ୍ରଧାନମନ୍ତ୍ରୀ, ପୁଲିସ ଡିଜି ଓ ଆର୍ମୀ ଅଧିକାରୀଙ୍କ ଫଟୋ ଦେଖାଇ ଲୁଟେରା ପୋଛି ନେଲେ ୧୦ ଲକ୍ଷ 

144

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ସବୁ ସୀମା ଟପିଗଲା ଅନଲାଇନ୍ ଠକେଇ । ପ୍ରଧାନମନ୍ତ୍ରୀ, ପୁଲିସ ଡିଜି ଓ ଆର୍ମୀ ଅଧିକାରୀଙ୍କ ଫଟୋ ଦେଖାଇ ପୋଛି ନେଲେ ୧୦ ଲକ୍ଷ ଟଙ୍କା । ଦାମି କାର ଓ ଘରର ଲୋଭ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଲୁଟେରା । ଠକେଇର ଶିକାର ବ୍ୟକ୍ତି ଜମି ବିକି ପର୍ଯ୍ୟାୟ କ୍ରମେ ୧୦ ଲକ୍ଷ ଟଙ୍କା ପୈଠ କଲେ, ହେଲେ ଘର କି କାର ମିଳିଲା ନାହିଁ । ସାଇବର ଲୁଟର ଶିକାର ହୋଇଛନ୍ତି ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ଏମ୍.ପି.ଭି ୭ ଗାଁର ଯୁବକ ଆଶିଷ ରାୟ ।

କେବିସି ଜ୍ୟାକପଟ୍ରେ ଏକ ଦାମି ପ୍ରାଡୋ କାର ଓ ଘର ଜିତିଥିବା ନେଇ ଫୋନ ଯୋଗେ ସୁଚନା ମିଳିଥିଲା । ପ୍ରଥମେ ୩ ହଜାର ଓ ୬ ହଜାର ଠାରୁ ଆରମ୍ଭ କରି ଆସ୍ତେ ଆସ୍ତେ ଇନସ୍ୟୁରାନ୍ସ ଓ କଷ୍ଟମ୍ସ ଓ ପରେ ବିଭିନ୍ନ ଆଳ ଦେଖାଇ ୫୦ ହଜାରରୁ ୭୦ ହଜାର ଟଙ୍କା ପୈଠ କରିଥିଲେ ଆଶିଷ । ଆଉ ପର୍ଯ୍ୟାୟ କ୍ରମେ ଜମି ବିକି ୧୦ ଲକ୍ଷରୁ ଉର୍ଧ ଟଙ୍କା ବିଭିନ୍ନ ଆକାଉଂଟରେ ଡିପୋଜିଟ କରି ସର୍ବସ୍ୱାନ୍ତ ହୋଇଛନ୍ତି ଆଶିଷଙ୍କ ପରିବାର ।

ସବୁଠାରୁ ଗୁରୁତ୍ୱପୁର୍ଣ କଥା ହେଲା କେତେବେଳେ ପୁଲିସ ଡିଜି ତ କେତେବେଳେ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ସେନା ଅଧିକାରୀଙ୍କ ଫଟୋ ଓ ଜାଲ କାଗଜ ପତ୍ର ଦେଖାଇ ଏପରି ଲୁଟ୍ କରିଛନ୍ତି ଲୁଟେରା । ତେବେ ଏ ଯାଏଁ ପୁଲିସକୁ ସୁଚନା ଦେଇ ନାହାନ୍ତି ଠକାମିର ଶିକାର ହୋଇ ଥିବା ଆଶିଷ ଓ ତାଙ୍କ ପରିବାର ।