କନକ ବ୍ୟୁରୋ: ଆଜିଠାରୁ ଟିଭିରେ ପାଠ ପଢିବେ ଛାତ୍ରଛାତ୍ରୀ । ଦୁରଦର୍ଶନରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢାଯିବ । ଦଶମ ଶ୍ରେଣୀର ଇଂରାଜୀ, ଗଣିତ, ବିଜ୍ଞାନ ପାଠ ପଢାଯିବ । ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ସାଢେ ୩ଟାରୁ ସାଢେ ୪ ଯାଏଁ ଟିଭିରେ ଚାଲିବ ପାଠ ପଢା । ପିଲାମାନେ ଏହାର ଫାଇଦା ନେବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରାମର୍ଶ ଦେଇଛନ୍ତି ।
କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନିଷ୍ଠାନ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଏଡୁସାଟ୍ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟରେ ପାଠ୍ୟକ୍ରମର ଭିଡିଓ ଦୂରଦର୍ଶନ ଓଡ଼ିଆ ଚ୍ୟାନେଲରେ ରେ ପ୍ରସାରଣ କରାଯିବ। ଏବଂ ପ୍ରତ୍ୟେକ ସୋମବାର ଠାରୁ ଶୁକ୍ରବାର ଯାଏଁ ପ୍ରସାରଣ କରାଯିବ। ପ୍ରତିଦିନ ଦୁଇଥର ପ୍ରସାରଣ ହେବ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ସାଢେ ୩ଟାରୁ ସାଢେ ୪ ଯାଏଁ ଟିଭିରେ ଚାଲିବ ପାଠପଢା । ଇଂରାଜୀ, ଗଣିତ,ଭୂଗୋଳ,ଏସ ସି ପି, ଏବଂ ଏସ ସି ଏଲ ବିଷୟର ଭିଡିଓ ପ୍ରସାରଣ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/TV-1.jpg)