ରାସ୍ତାରେ ଶିକ୍ଷକଙ୍କ ଅନଲାଇନ ଟ୍ରେନିଂ: ନେଟୱର୍କ ନଥିବାରୁ କେନ୍ଦୁଝର ତେଲକୋଇ ଅଂଚଳର ୭ ଜଣ ଶିକ୍ଷକ ଆସିଲେ ୪୦ କିଲୋମିଟର; ରାସ୍ତାକଡରେ ମୋବାଇଲ ମାଧ୍ୟମରେ ନେଲେ ପ୍ରଶିକ୍ଷଣ

235

କନକ ବ୍ୟୁରୋ: ରାସ୍ତାରେ ଶିକ୍ଷକଙ୍କ ଅନଲାଇନ ଟ୍ରେନିଂ । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ , ଓସେପା ପକ୍ଷରୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ  ଅନଲାଇନରେ କିଭଳି ପାଠପଢାଯିବ  ସେ ନେଇ ଶିକ୍ଷକଙ୍କୁ ମୋବାଇଲ ମାଧ୍ୟମରେ ଟ୍ରେନିଂ ଆରମ୍ଭ ହୋଇଛିା କେନ୍ଦୁଝର, କଳାହାଣ୍ଡି,କନ୍ଧମାଳ , ଝାରୁସୁଗୁଡା , କେନ୍ଦ୍ରପଡା ଓ ଖୋର୍ଧା ଜିଲ୍ଲାର ପଞ୍ଜିକୃତ ଶିକ୍ଷକଙ୍କୁ ଆପ ମାଧ୍ୟମରେ  ତାଲିମ ଦିଆଯାଉଛି ।

ତେବେ କେନ୍ଦୁଝର ଜିଲ୍ଲା  ତେଲକୋଇ  ବ୍ଲକର କାଳିଆହତା ଅଂଚଳରେ  ମୋବାଇଲ ନେଟୱର୍କ ନଥିବାରୁ  ୭ଜଣ ଶିକ୍ଷକ  ୪୦ କିଲୋମିଟର  ଦୂର ଖୁଂଟାପଡା ରେ ଜିଓ ଟାୱାରର ସାହାରା ନେଇ  ପ୍ରଶିକ୍ଷଣ ନେବାକୁ ଆସିଥିଲେ ।  ପାଂଚଗୋଚ୍ଛିଆ  ପାହାଡ ନିକଟ ରାସ୍ତା କଡରେ  ବସି ନିଜ ମୋବାଇଲ ମାଧ୍ୟମରେ  ପ୍ରଶିକ୍ଷଣ ନେଉଥିଲେ । ସେହି ରାସ୍ତା ଦେଇ ଆମ ପ୍ରତିନିଧି ଯାଉଥିବାବେଳେ  ଘଟଣା ସମ୍ପର୍କରେ ବୁଝିଥିଲେ । କାଳିଆହତା ଅଂଚଳରୁ  ଟେଲିସେବା ନଥିବାରୁ  ସେମାନେ ବାଧ୍ୟ ହୋଇ ଏଠାକୁ ଆସିଥିବା ଶିକ୍ଷକ କହିଥିଲେ ।