ମୋବାଇଲରେ କରିବେ ମା’ଙ୍କ ଦର୍ଶନ, ଘରକୁ ପ୍ରସାଦ ମଗାଇପାରିବେ ଭକ୍ତ । ଦେବୀ ମାଆଙ୍କ ଦର୍ଶନ ପାଇଁ ପୁରୁଣା ଷ୍ଟେସନ ବଜାରର ନିଆରା ପଦକ୍ଷେପ ।

780

କନକ ବ୍ୟୁରୋ : ରାଜଧାନୀରେ ଏଥର କରୋନା କଟକଣା ମଧ୍ୟରେ ହେବ ଦଶହରା । ପୂଜା ମଣ୍ଡପ ଗୁଡିକ କରୋନାର ସମସ୍ତ ନିୟମ ପାଳନ କରି ପୂଜା ଆୟୋଜନ ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି କ୍ରମରେ ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପ ଏଥର କରୋନାକୁ ନଜରରେ ରଖି ଅନଲାଇନ୍ ଦେବୀ ଦର୍ଶନ ବ୍ୟବସ୍ଥା କରିଛି । କେବଳ ସେତିକି ନୁହଁ, ଭକ୍ତ ଚାହିଁଲେ ଘରକୁ ପ୍ରସାଦ ମଧ୍ୟ ମଗାଇ ପାରିବେ ।

ସବୁଠାରୁ ବଡ କଥା ହେଉଛି ଭକ୍ତଙ୍କ ପାଇଁ ଏହି ପ୍ରସାଦ ମାଗଣାରେ ହୋମ ଡେଲିଭରି କରାଯିବା ବ୍ୟବସ୍ଥା ହୋଇଛି । କରୋନା କଟକଣାକୁ ନଜରରେ ରଖି ଏଥର ଷଷ୍ଠୀରୁ ବେଲବରଣୀରୁ ଆରମ୍ଭ ହେଉଛି ପୂଜା । ଏହା ପରେ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ବିଜୟୀ ଦଶମୀ ନୀତି ସବୁ ପାଳନ କରାଯିବ । ତେବେ ପୂଜା କମିଟି ପକ୍ଷରୁ ୫ ଦିନ ଧରି ପୂଜାର ଫେସବୁକ୍ ଓ ୟୁଟ୍ୟୁବ ପେଜ ଜରିଆରେ ସିଧା ସଳଖ ମାଆଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରି ଭକ୍ତ ମାନେ ପୂଜା କରିପାରିବେ । ଏନେଇ ସମସ୍ତ ପ୍ରସ୍ତୁତି କରିଛି ପୁରୁଣା ଷ୍ଟେସନ ବଜାର ପୂଜା କମିଟି । ଏହାସହ ଗାଇଡଲାଇନ ଅନୁଯାୟୀ, ୪ ଫୁଟର ମାଆଙ୍କ ମୂର୍ତ୍ତି କରାଯାଇଛି ।