ଅନଲାଇନରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଜାଣନ୍ତୁ, କେମିତି ପାଇବେ?

164

କନକ ବ୍ୟୁରୋ: ଏଣିକି ଅନଲାଇନରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଲୋକମାନେ ୱେବସାଇଟରେ ସେମାନଙ୍କର ମୋବାଇଲ ନମ୍ବର ଦେଇ ତାଙ୍କର ପଜିଟିଭ୍ କିମ୍ବା ନେଗେଟିଭ୍ ରିପୋର୍ଟ ପାଇପାରିବେ । ଲ୍ୟାବମାନଙ୍କରେ ଭିଡ୍ କମାଇବାକୁ ଯାଇ ରାଜ୍ୟ ସରକାର ଏବେ ଏହି ନୂଆ ପନ୍ଥା ଆପଣାଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ମନୋଜ କୁମାର ମିଶ୍ର ।

ତାଙ୍କ କହିବା ମୁତାବକ ଏଣିକି ଲୋକମାନେ statedashboard.odisha.gov.in ଏବଂ covid19.odisha.gov.in ୱେବସାଇଟରେ ସେମାନଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପାଇପାରିବେ । ଏଥିପାଇଁ ସେମାନଙ୍କ ପ୍ରଥମେ ମୋବାଇଲ୍ ନମ୍ବର ଦେଇ ଲଗଇନ୍ କରିବାକୁ ପଡିବ । ଏହାପରେ ସେମାନେ ତାଙ୍କର ଟେଷ୍ଟ ରିପୋର୍ଟ ପାଇପାରିବେ । ତେବେ ଏହି ୱେବସାଇଟରେ ଲୋକଙ୍କ ତଥ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି ।