କନକ ବ୍ୟୁରୋ: ଏଣିକି ଅନଲାଇନରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଲୋକମାନେ ୱେବସାଇଟରେ ସେମାନଙ୍କର ମୋବାଇଲ ନମ୍ବର ଦେଇ ତାଙ୍କର ପଜିଟିଭ୍ କିମ୍ବା ନେଗେଟିଭ୍ ରିପୋର୍ଟ ପାଇପାରିବେ । ଲ୍ୟାବମାନଙ୍କରେ ଭିଡ୍ କମାଇବାକୁ ଯାଇ ରାଜ୍ୟ ସରକାର ଏବେ ଏହି ନୂଆ ପନ୍ଥା ଆପଣାଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ମନୋଜ କୁମାର ମିଶ୍ର ।
#ଅନଲାଇନରେ_କୋଭିଡ୍_ରିପୋର୍ଟ
ଏଣିକି ୱେବସାଇଟରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଏହି ଦୁଇ ୱେବସାଇଟରେ ଲଗଇନ କରି ପାଇପାରିବେ ଆପଣଙ୍କ ଟେଷ୍ଟ ରିପୋର୍ଟ । @HFWOdisha#COVID19#Odishapic.twitter.com/jy934nfjpM— Kanak News (@kanak_news) May 22, 2021
ତାଙ୍କ କହିବା ମୁତାବକ ଏଣିକି ଲୋକମାନେ statedashboard.odisha.gov.in ଏବଂ covid19.odisha.gov.in ୱେବସାଇଟରେ ସେମାନଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପାଇପାରିବେ । ଏଥିପାଇଁ ସେମାନଙ୍କ ପ୍ରଥମେ ମୋବାଇଲ୍ ନମ୍ବର ଦେଇ ଲଗଇନ୍ କରିବାକୁ ପଡିବ । ଏହାପରେ ସେମାନେ ତାଙ୍କର ଟେଷ୍ଟ ରିପୋର୍ଟ ପାଇପାରିବେ । ତେବେ ଏହି ୱେବସାଇଟରେ ଲୋକଙ୍କ ତଥ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/24-8.jpg)