ଅନଲାଇନ ପାଠପଢା ଗାଁ ପିଲାଙ୍କ ପାଇଁ ଅଭିଶାପ । ଗାଁରେ ଆସୁନି ନେଟୱାର୍କ, ପାହାଡ ଉପରେ ସ୍କୁଲ ଖୋଲିଛନ୍ତି ପ୍ରଧାନ ଶିକ୍ଷକ

92

କନକ ବ୍ୟୁରୋ : ଛତିଶଗଡ ଢାଞ୍ଚାରେ ଓଡିଶାରେ ମୋହଲ୍ଲା ସ୍କୁଲ ନେଇ ଚର୍ଚ୍ଚା ଚାଲିଛି । ନେଟୱାର୍କ ନଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବେ ଶିକ୍ଷକ । ଏନେଇ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସମ୍ବଲପୁର କୁଚିଣ୍ଡାରୁ ଆସିଛି, ଅନଲାଇନ ପାଠପଢାର କରୁଣ ଦୃଶ୍ୟ ।
ଗାଁରେ ନେଟଓକ୍ୱାର୍କ ଆସୁ ନାହିଁ, ତେଣୁ ପାହାଡ ଉପରେ ଚାଲିଛି ପିଲାଙ୍କ ପାଠ ପଢା । ପାହାଡ ଉପରେ ଖୋଲିଛି ସ୍କୁଲ । ପାହାଡ ଉପରେ ଗଛ ଛାଇରେ ପଥର ଉପରେ ବସି ପଢୁଛନ୍ତି ପିଲା । ଆଉ ପିଲାଙ୍କ ପଢାଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସିରିଡା ଗାଁର ହାଇସ୍କୁଲର ପାଠ ପଢା ଏବେ ପାହାଡ ଉପରେ ହେଉଛି । ଗାଁକୁ ନେଟୱାର୍କ ଆସୁ ନାହିଁ । ନେଟୱାର୍କ ଖୋଜିବା ପରେ ପାହାଡ ଉପରେ ନେଟଓକ୍ୱାର୍କ ଆସିବାରୁ ସେଠାରେ ପିଲାଙ୍କୁ ପଠାଉଛନ୍ତି ପ୍ରଧାନ ଶିକ୍ଷକ । ରାଜ୍ୟରେ ଅନେକ ଗାଁରେ ମୋବାଇଲ ନେଟୱାର୍କ ଆସୁ ନାହିଁ । ଆଉ ଯେଉଁ ଗାଁରେ ନେଟୱାର୍କ ଆସୁନାହିଁ ସେହି ଗାଁ ପିଲାଙ୍କ ପାଇଁ ଅନଲନାଇନ ପାଠ ପଢା ଅଭିଶାପ ପାଲଟିଯାଇଛି ।