ଜୁଲାଇ ୯ରୁ ବିପିୟୁଟି ଅନଲାଇନ ପରୀକ୍ଷା: ୨ଟି ସିଟିଂରେ ହେବ ପରୀକ୍ଷା; ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ପ୍ରଥମ ସିଟିଂ

ଅପରାହ୍ନ ୨ଟାରୁ ୪ଟା ଯାଏଁ କରାଯିବ ଦ୍ୱିତୀୟ ସିଟିଂ ପରୀକ୍ଷା

409

କନକ ବ୍ୟୁରୋ: ଆସିଲା ବିପିୟୁଟିର ସମ୍ଭାବ୍ୟ ପରୀକ୍ଷା ତାଲିକା । ଜୁଲାଇ ୯ରୁ ଅନଲାଇନ ପରୀକ୍ଷା ହେବା ନେଇ ସମ୍ଭାବ୍ୟ ତାରିଖ ଘୋଷଣା ହୋଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୪ଟା ଯାଏଁ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ଦୁଇଟି ଚଏସ୍ ଦିଆଯାଇଛି । ବି-ପ୍ଲାନ ଓ ବି-ଆର୍କିଟେକ୍ଟ ପାଇଁ ଜୁଲାଇ ୫ ଆବେଦନର ଶେଷ ତାରିଖ ଥିବା ବେଳେ ୯ରୁ ୧୧ ଜୁଲାଇ ମଧ୍ୟରେ ପରୀକ୍ଷା ହେବ ।

ବି-ଫାର୍ମା ପାଇଁ ଜୁଲାଇ ୧୩ରୁ ୧୭ ଯାଏଁ ପରୀକ୍ଷା ହେବ । ଏମବିଏ ରେଗୁଲାର ପରୀକ୍ଷା ପାଇଁ ଜୁଲାଇ ୧୧ ସୁଦ୍ଧା ଫର୍ମ ପୂରଣ ହେବ । ଏହାର ପରୀକ୍ଷାରୁ ୧୭ରୁ ୨୫ ତାରିଖ ଭିତରେ କରାଯିବ । ସେହିପରି ଏମଟେକ୍ ପାଇଁ ୧୩ ତାରିଖ ସୁଦ୍ଧା ଫର୍ମପୂରଣ କରିବାକୁ ସମୟ ଥିବା ବେଳେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ମକ୍ ଟେଷ୍ଟ ହେବ । ଏହାସହ ପରୀକ୍ଷା ଗୁଡ଼ିକୁ କିଭଳି କରାଯିବ ସେନେଇ ବିପିୟୁଟି ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି ।