ଅନଲାଇନରେ ହେବ ବିପିୟୁଟି ପରୀକ୍ଷା । ଅନଲାଇନରେ ଇଂଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟାର ପରୀକ୍ଷା ହେବ । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନଲାଇନରେ ଏହି ପରୀକ୍ଷା ହେବ । ଯିଏ ଅନଲାଇନରେ ପରୀକ୍ଷା ଦେବେନାହିଁ ,ସେମାନେ କଲେଜ ଖୋଲିବା ପରେ ଅଫ ଲାଇନରେ ପରୀକ୍ଷା ଦେଇପାରିବେ । ଜିଲ୍ଲା ଓ ରାଜ୍ୟ ବାହାରେ ବି ପରୀକ୍ଷା କେନ୍ଦ୍ର କରାଯିବାର ସୂଚନା ରହିଛି । ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏନେଇ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଗତକାଲି କରୋନା ସ୍ଥିତିକୁ ନଜରରେ ରଖି ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ୟୁଜିସି ପ୍ରସ୍ତାବ ଅନୁସାରେ ବିକଳ୍ପ ମୂଲ୍ୟାୟନ କରି ଫଳାଫଳ ପ୍ରକାଶନ କରିବେ । ଅଗଷ୍ଟ ମାସ ଶେଷ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏସନର ଶେଷ ବର୍ଷ କିମ୍ବା ଶେଷ ସେମିଷ୍ଟାର ଥିବା ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନ ଦ୍ୱାରା ନମ୍ବର ଦିଆଯିବ । ତେବେ ଯେଉଁମାନେ ଅଧିକ ନମ୍ବର ପାଇବାକୁ ଆଶାୟୀ ଥିବେ ସେମାନେ ନଭେମ୍ବର ମାସରେ ଯଥାରୀତିରେ ପରୀକ୍ଷା ଦେଇପାରିବେ । ଏମାନଙ୍କର ପରିବର୍ତିତ ପରୀକ୍ଷା ଫଳ ଡିସେମ୍ବର ମାସରେ ପ୍ରକାଶ ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/cheatingexam-49899132_6-175248171.jpg)