ରାତିରୁ ଆସି ଲଗାଇବାକୁ ପଡିବନି ଲାଇନ: ଆରମ୍ଭ ହେବ ଏସସିବି ଓପିଡି ପାଇଁ ଅନଲାଇନ ବୁକିଂ

289

କନକ ବ୍ୟୁରୋ: ଏଣିକି ରାତିରୁ ଆସି ଆଉ ଏସସିବିରେ ଲାଇନ ଲଗାଇବାକୁ ପଡିବ ନାହିଁ । କାରଣ ଏସସିବି ଓପିଡି ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୯ ତାରିଖରୁ ଅନଲାଇନ ବୁକିଂ ବ୍ୟବସ୍ଥା ଲାଗୁ ହେବ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନ ଟିକେଟରେ ରୋଗୀ ଦେଖା । ଅନଲାଇନ ବୁକିଂର ପ୍ରିଣ୍ଟ ଆଉଟ ନେଇ ଓପିଡିକୁ ଆସିପାରିବେ । ଘରେ ବସି ଡାକ୍ତରଙ୍କୁ ଦେଖା କରିବାକୁ ପଞ୍ଜିକରଣ ମଧ୍ୟ କରିପାରିବେ ।