ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ । କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ୨୫ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ

Advertisment
ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ । କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ୨୫ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସର ଅଭିନବ ପ୍ରତିବାଦ । ୭୦ ଟଙ୍କା କିଲୋ ପିଆଜକୁ ୨୫ ଟଙ୍କାରେ ବିକ୍ରି କଲେ କଂଗ୍ରେସ ନେତା ଓ କର୍ମୀ । କେନ୍ଦ୍ରାପଡା, ପୁରୁଣା ବସଷ୍ଟାଣ୍ଡରୁ ଆସିଛି ଏଭଳି ଦୃଶ୍ୟ । ପିଆଜ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବା ସହ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରିଛନ୍ତି କଂଗ୍ରେସ କର୍ମୀ ।

ଆଉ ୭୦ ଟଙ୍କା ପିଆଜ କିଲୋକୁ ୨୫ ଟଙ୍କାରେ କିଣି ନେବା ପାଇଁ ଲୋକଙ୍କ ପ୍ରବଳ ଗହଳି ବି ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ କଂଗ୍ରେସ କର୍ମୀଙ୍କ କିଛି ଏଭଳି ପ୍ରତିବାଦ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe