କନକ ବ୍ୟୁରୋ : ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସର ଅଭିନବ ପ୍ରତିବାଦ । ୭୦ ଟଙ୍କା କିଲୋ ପିଆଜକୁ ୨୫ ଟଙ୍କାରେ ବିକ୍ରି କଲେ କଂଗ୍ରେସ ନେତା ଓ କର୍ମୀ । କେନ୍ଦ୍ରାପଡା, ପୁରୁଣା ବସଷ୍ଟାଣ୍ଡରୁ ଆସିଛି ଏଭଳି ଦୃଶ୍ୟ । ପିଆଜ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବା ସହ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରିଛନ୍ତି କଂଗ୍ରେସ କର୍ମୀ ।
ଆଉ ୭୦ ଟଙ୍କା ପିଆଜ କିଲୋକୁ ୨୫ ଟଙ୍କାରେ କିଣି ନେବା ପାଇଁ ଲୋକଙ୍କ ପ୍ରବଳ ଗହଳି ବି ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ କଂଗ୍ରେସ କର୍ମୀଙ୍କ କିଛି ଏଭଳି ପ୍ରତିବାଦ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/23-8.jpg)