କନ୍ଦାଉଛି ପିଆଜ: ଦେଶର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ପିଆଜ ଦର; ଦିଲ୍ଲୀ, ଗୁରୁଗାଁ, ମୁମ୍ବାଇରେ ପିଆଜ କିଲୋ ୮୦ ଟଙ୍କା ଉପରେ

266

କନକ ବ୍ୟୁରୋ: ଦେଶରେ ପିଆଜ ଦର ଆକାଶ ଛୁଆଁ । ବିଭିନ୍ନ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହେଲାଣି । ୮୦ଟଙ୍କା ଛୁଇଁଲାଣି କେଜି ପିଛା ପିଆଜ । ବାଣିଜ୍ୟନଗରୀ ମୁମ୍ବାଇରେ ପିଆଜ କିଲୋଗ୍ରାମ ପିଛା ୭୫ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀରେ ବି ଗତ କିଛି ଦିନ ତଳେ କେଜି ପିଛା ପିଆଜ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୮୦ ପାଖାପାଖି ପହଁଚିଲାଣି । ଏଭଳି ଭାବେ ହଠାତ ପିଆଜର ଦର ବୃଦ୍ଧି ସିଧାସଳଖ ଲୋକଙ୍କ ପକେଟକୁ ମାଡ଼ କରୁଛି ।

ଦିଲ୍ଲୀରେ ପିଆଜ ୮୦ ଟଙ୍କା ରହିଥିବାବେଳେ ଗୁରୁଗ୍ରାମରେ ୮୦ ଟଙ୍କା, ପାଟଣାରେ ୭୦ ଟଙ୍କା କୋଲକାତାରେ ୭୦ରୁ ୭୫ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୬୦ ଟଙ୍କା ଉପରେ କେଜି ପିଛା ପିଆଜ ଦର ରହିଛି । ଚଳିତ ବର୍ଷ ବ୍ୟାପକ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ପିଆଜ ଚାଷ ନଷ୍ଟ ହୋଇଥିବା କୁହାଯାଉଛି । ଏପରିକି ବନ୍ୟା ପରିସ୍ଥିତି ଯୋଗୁଁ ପିଆଜ ଗାଡି ମଧ୍ୟ ଆସୁପାରୁନାହିଁ । ଯାହାଫଳରେ ଦର ବୃଦ୍ଧି ପାଇବାରେ ଲାଗିଛି ।