କନକ ବ୍ୟୁରୋ: ଦୋକାନର କୋଲପ ତାଡ଼ି ପିଆଜ ନେଇଗଲେ ଚୋର । ହୁଏତ ଆପଣ ଏପରି ଚୋରି ପୂର୍ବରୁ କେବେ ଶୁଣିନଥିବେ, ହେଲେ ଏକଥା ସତ । କଟକ ଜିଲ୍ଲା ସାଲେପୁରର ରାଇସୁଙ୍ଗୁଡ଼ା ବଜାରରେ ଏପରି ଘଟଣା ଘଟିଛି । ଗୋଟିଏ ରାତିରେ ୮ଟି ଦୋକାନରେ ସିରିଏଲ ଚୋରି ହୋଇଥିବା ବେଳେ ଗୋଟିଏ ଦୋକାନରୁ ପ୍ରାୟ ୧୦ କିଲୋ ପିଆଜ ନେଇ ଯାଇଛନ୍ତି ଚୋର ।
ପିଆଜ କିପରି ଅମୂଲ ମୂଲ ହୋଇଯାଉଛି, ଏହି ଚୋରି ଘଟଣା ହିଁ ବୟାନ କରୁଛି । ଛୋଟ ପିଆଜ ଦାମ କିଲୋ ପିଛା ୧୨୦ରୁ ୧୩୦ ଟଙ୍କାରେ ମିଳୁଥିବା ବେଳେ ବଡ଼ ପିଆଜ ମୂଲ୍ୟ ୧୫୦ ଟଙ୍କା ଟପିଯାଇଛି । ଏପରକିି କଟକ ଛତ୍ରବଜାରରେ ପିଆଜ ୧୬୦ ଟଙ୍କାରେ ପହଁଚିଛି । ଏପଟେ ଗ୍ରାମାଂଚଳରେ ପିଆଜ ଉଭାନ ହେବାରେ ଲାଗିଛି । ରାଜ୍ୟର ସବୁ ସ୍ଥାନରେ ଏବେ ପିଆଜ ଆକାଶଛୁଆଁ । ରାଜ୍ୟକୁ ପିଆଜ କମ୍ ଆମଦାନୀ ହେଉଛି । ଯେତିକି ଆସୁଛି, ତାହା ସମୁଦ୍ରକୁ ଶଙ୍ଖେ ।
ଭଦ୍ରକ ଓ କୋରାପୁଟରେ ବି ଅନୁରୂପ ଅବସ୍ଥା । ପିଆଜ କିଣିବା ପାଇଁ ଲୋକଙ୍କ ସାହସ ହେଉନି । ଯିଏ କିଲେ ଦୁଇକିଲୋ ପିଆଜ ନେଉଥିଲା, ସେ ଏବେ ଅଢ଼େଇ ଶହ ପିଆଜ ନେବାକୁ ବି ଡରୁଛି । ହୋଟେଲରେ ମଧ୍ୟ ପିଆଜ ବ୍ୟବହାର କମିଯାଇଛି । ପିଆଜର ଦାମ କେବେ କମିବ, କେବେ ବଜାରରେ ସୁଳଭ ଦରରେ ପିଆଜ ମିଳିବ, ଗ୍ରାହକ ଏହି ଚିନ୍ତାରେ ଥିବା ବେଳେ ଏ ନେଇ କିଛି ପ୍ରତିଶ୍ରୁତି ଦେଇପାରୁନାହାନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/onion-2.jpg)
/kanak/media/post_attachments/wp-content/uploads/2019/12/onion2-1.jpg)
/kanak/media/post_attachments/wp-content/uploads/2019/12/onion_160-1.jpg)