ଗ୍ରାହକ ଆଖିରେ ପିଆଜ ଲୁହ : ପିଆଜ କିଲୋ ପିଛା ଷାଠିଏ ଛୁଇଁଲାଣି; ସେପଟେ ଅନ୍ୟ ସବୁଜ ପରିବା ଦର ବି ଆକାଶ ଛୁଆଁ

120

କନକ ବ୍ୟୁରୋ : କରୋନା କାଳରେ କନ୍ଦାଇଲାଣି ପିଆଜ ଦର । ବଜାରରେ ଏବେ କିଲୋ ପିଛା ଷାଠିଏ ଛୁଇଁଲାଣି । ଏହାର ସିଧାସଳଖ ମାଡ ପଡିଛି ରୋଷଶାଳା ଉପରେ । ଦୁଇ ସପ୍ତାହ ଧରି ପିଆଜ ଦର ୫୦ ଟଙ୍କାରେ ସ୍ଥିର ରହିବା ପରେ ଏବେ ହଠାତ୍ ଏହା ବୃଦ୍ଧି ହୋଇ ୬୦ ଛୁଇଁଛି । ସେହିପରି ବଜାରରେ ମଧ୍ୟ ଅନ୍ୟ ସବୁଜ ପରିବା ଦର ମଧ୍ୟ ଆକାଶ ଛୁଆଁ ରହିଛି । ଆଗକୁ ପିଆଜ ଦର ପୁଣି ବଢିବା ନେଇ ଆଶଙ୍କା ଦେଖା ଦେଲାଣି ।

ତେବେ ଦରବୃଦ୍ଧି ଯୋଗୁଁ ଗ୍ରାହକ ହଇରାଣ ହେବା ସହ ବ୍ୟବସାୟୀ ବି କମ୍ ହଇରାଣ ହେଉନାହାନ୍ତି । ଦରବୃଦ୍ଧି ଯୋଗୁଁ ବ୍ୟବସାୟୀ ମଧ୍ୟ ସେମାନଙ୍କ ବ୍ୟବସାୟରେ ସେତେଟା ଲାଭ ପାଉ ନଥିବା କହିଛନ୍ତି ।