ପିଆଜର ଅଭାବୀ ବିକ୍ରି । କଳାହାଣ୍ଡି ପରେ ଟିଟଲାଗଡ ଅଂଚଳରେ ସଂରକ୍ଷଣର ଅଭାବ ଯୋଗୁଁ ଅସନ୍ତୁଷ୍ଟ ଚାଷୀ । କିଲୋ ପିଛା ୫ରୁ ୭ ଟଙ୍କାରେ ବାହାର ରାଜ୍ୟକୁ ହେଉଛି ଚାଲାଣ

45

କନକ ବ୍ୟୁରୋ: ପିଆଜର ଅଭାବୀ ବିକ୍ରି । ଏପରି ପରସ୍ଥିତି ଦେଖା ଦେଇଛି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବକ୍ଲରେ । ଏହି ଅଂଚଳର ମାଟି ଭଲ ଥିବାରୁ ଏଠାରେ ପିଆଜ ଚାଷ ଅମଳ ଭଲ ହୁଏ । ଟିଟିଲାଗଡ଼ ବ୍ଲକରେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଅଂଚଳ ଅଧିକ ମାତ୍ରାରେ ହୋଇଥାଏ ପିଆଜ ଚାଷ । ପିଆଜ ସଂରକ୍ଷଣ କରି ରଖିବା ପାଇଁ କୌଣସି ସୁବିଧା ନଥିବାରୁ ବାହର ରାଜ୍ୟକୁ ବ୍ରିକ୍ରି କରୁଛନ୍ତି ବ୍ୟବସାୟୀ । ପିଆଜ କିଲୋ ପିଛା ପାଂଚ ଟଙ୍କାରୁ ସାତ ଟଙ୍କାରେ ବିକ୍ରୀ ହେଉଛି । ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ଚାଷୀ ଶାଗ ମାଛ ଦରରେ ପିଆଜ ଟେକଦେବା ପାଇଁ ବାଧ୍ୟ ହେଉଛି ।

ଟିଟଲାଗଡରେ ଆପିକଲ ପକ୍ଷରୁ ୯ ଶହ ଟନ କ୍ଷମତା ବିଶିଷ୍ଟ ଏକ ପିଆଜ ପ୍ୟାକ ହାଉସ କାର୍ଯ୍ୟକ୍ଷମ ହୋଇଥିଲା । ହେଲେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହା ବନ୍ଦ ହୋଇଯାଇଛି । ଫଳରେ ବାଧ୍ୟ ହୋଇ ଚାଷୀ ବେପାରୀ ହାତକୁ ପିଆଜ ଟେକିଦେଉଛି ।

ପଶ୍ଚିମ ଓଡିଶାରେ ଚିରାଚରିତ ପିଆଜର ଆଭାବୀ ବିକ୍ରୀ ସମସ୍ୟା କେବଳ ଚର୍ଚ୍ଚାରେ ହିଁ ସୀମିତ । ପିଆଜ ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୁଏ, ହେଲେ ସମାଧାନ ହୁଏନି । ଅଭାବି ବିକ୍ରିର ସମାଧାନ ପାଇଁ ଗତବର୍ଷ ସରକାର କୋଲଡ ଷ୍ଟୋର କରିବା ସହ ଚାଷୀଙ୍କୁ ପିଆଜ ସଂରକ୍ଷଣ ପାଇଁ ସାଇତା ଘର ବାବଦକୁ ସବସିଡି ଘୋଷଣା କରିଥିଲେ । ହେଲେ ଏଯାଏଁ ପଶ୍ଚିମ ଓଡିଶାରେ ନା କୋଲଡ ଷ୍ଟୋର ହୋଇଛି, ନା ସାଇତା ଘର ପାଇଁ ସବସିଡି ପାଇଛନ୍ତି ଚାଷୀ ।