କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ହେଉଛନ୍ତି ମାଲାମାଲ ।

445

କନକ ବ୍ୟୁରୋ: କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି । ଅମଳ ଫସଲ ରଖିବାକୁ ଶୀତଳଭଣ୍ଡାର ନଥିବା ବେଳେ ବଜାର ବ୍ୟବସ୍ଥା ବି ନାହିଁ । ଯାହାର ସୁବିଧା ନେଇ ଦଲାଲ କମ୍ ଦରରେ ଅମଳ ପିଆଜ କିଣି ନେଉଛନ୍ତି । ଆଉ କ୍ଷତିରେ ପଡୁଛନ୍ତି ଏହି ଚାଷୀ ମାନେ ।

ଶୀତଳ ଭଣ୍ଡାର ନଥିବାରୁ ଅମଳ ଫସଲ ନଷ୍ଟ । ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ । କଳାହାଣ୍ଡିରେ ପିଆଜ ଚାଷୀ ପଡିଛନ୍ତି କ୍ଷତିରେ । ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଅମଳ ହୋଇଥିବା ପିଆଜ ସରଂକ୍ଷିତ ହୋଇପାରୁନି । ଯାହାଫଳରେ ଚାଷୀ ନା ସଠକି୍ ଦରରେ ବିକ୍ରିି କରିପାରୁଛି ନା କେଉଁଠି ସଂରକ୍ଷିତ କରି ରଖିପାରୁଛି । ଏପଟେ ଅମଳ ସମୟରେ ପିଆଜ କେଜି ପ୍ରତି ୬ଟଙ୍କାରେ ବେପାରୀଙ୍କୁ ବିକ୍ରିି କରୁଥିବା ବେଳେ ଏବେ ୬୦ରେ କିଣୁଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ନର୍ଲା , ଧର୍ମଗଡ ଆଦି ବିଭିନ୍ନ ସ୍ଥାନରେ ହେକ୍ଟର ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ବେଳେ ଚିତଥର ଉତ୍ପାଦନ ବୃଦ୍ଧି ପାଇଥିଲା । ହେଲେ ବାହରୁ ଦଲାଲ ଆସି ୫ରୁ ୬ ଟଙ୍କାରେ ପିଆଜ କିଣି ନେଉଛନ୍ତି । ଯାହାଫଳରେ କମ୍ ଦରରେ ପିଆଜ ବିକ୍ରି କରି କ୍ଷତିରେ ପଡୁଛନ୍ତି ଚାଷୀ ମାନେ ।

ଜିଲ୍ଲାରେ ଆବଶ୍ୟକ ଅନୁସାରେ ସଂରକ୍ଷଣ ସ୍ଥାନ ନଥିବା ବେଳେ ପିଆଜ କିଣିବାକୁ ବଜାର ବ୍ୟବସ୍ଥା ମଧ୍ୟ ନାହିଁ । ସାପ୍ତାହିକ ହାଟକୁ ଆସିବା ପୂର୍ବରୁ ଦଲାଲ କମ୍ ଦରରେ ପିଆଜ କିଣିନେଇ ବାହାରେ ବିକ୍ରି କରି ମାଲାମାଲ ହେଉଛନ୍ତି । କଳାହାଣ୍ଡିରେ ପିଆଜକୁ ଦଲାଲ କବରୁ ମୁକ୍ତ କରିବାକୁ ଜିଲ୍ଲାରେ ଶୀତଳ ଭଣ୍ଡାର କରାଯିବା ଜରୁରୀ ହୋଇଛି । ଯାହାଫଳରେ ଏଠାରେ ଚାଷୀ ପିଆଜ ସରଂକ୍ଷିତ କରି ରଖିପାରିବେ । ସେପଟେ ସମସ୍ୟା ଶୁଣିବା ପରେ ୩ଟି ସ୍ଥାନର ଶୀତଳ ଭଣ୍ଡାର କରାଯାଉଥିବା କଥା ଜଣାଇଛନ୍ତି । ଖୁଶୀଘ୍ର କାମ ସରିଲେ ଚାଷୀ ମାନଙ୍କ ପାଇଁ ସୁବିଧା ହୋଇପାରିବ ବାଲି କୁହାଯାଇଛି । ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ଶୀତଳ ଭଣ୍ଡାର କରାଯାଇପାରିଲେ ଚାଷୀ ମାନେ ଦଲାଲ କବଳରୁ ରକ୍ଷା ପାଇବା ସହିତ ଉଚିତ୍ ମୁଲ୍ୟ ପାଇପାରିବେ ।