କନକ ବ୍ୟୁରୋ: ପୂଜା ବଜାରରେ ବର୍ଦ୍ଧିତ ଦର ଚିନ୍ତା ବଢାଇ ଦେଇଛି । ଘରେ କୁଣିଆ ଭର୍ତି ହୋଇଥିବା ବେଳେ ପକେଟକୁ ବାଧୁଛି ଦରଦାମ । ପୂଜା ପାର୍ବଣ ସମୟରେ ବନ୍ଧୁବାନ୍ଧବଙ୍କ ଗହଳି ଜମେ । ଭୋଜି ଭାତର ଆସର ଜମେ । ଆଉ ଏତିକି ବେଳେ ଯଦି ପିଆଜ ଦର ଦୁଇଗୁଣା ହେବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସପ୍ତାହେ ପୂର୍ବରୁ କେଜି ପ୍ରତି ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ୬୦ ଟଙ୍କାରେ ପହଞ୍ଚିିଛି । ଅନୁଗୁଳ ରବିବାର ହାଟରେ ୬୦ ଟଙ୍କାରେ ପିଆଜ ବିକ୍ରି ହେଉଛି । ଯେଉଁ ଗ୍ରାହକ ଆଗରୁ ୫ କିଲୋ ପିଆଜ କିଣୁଥିଲେ, ଏବେ ସେମାନେ କିଲେ ଅଧ କିଲେ କିଣୁଛନ୍ତି । ଫଳରେ ଯେଉଁ ବ୍ୟବସାୟୀ ହାଟ ପାଳିରେ ୫ ବସ୍ତା ପିଆଜ ବିକ୍ରି କରୁଥିଲେ ସେମାନେ ଅଧ ବସ୍ତା ବିକ୍ରି କରିପାରୁନଥିବା ଅଭିଯୋଗ କରିଛନ୍ତି ।