ଚିନ୍ତା ବଢାଉଛି ପିଆଜ: ୧୬୦ ଛୁଇଁଲାଣି ଦର, ଜାନୁଆରୀ ୨୦ ଯାଏଁ ମିଳିବନି ତ୍ରାହୀ; ଆମଦାନୀ ପିଆଜ ପହଂଚିବା ବିଳମ୍ବ ନେଇ କେନ୍ଦ୍ର ସରକାରଙ୍କ ସୂଚନା

498

କନକ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜର ଦର ଆକାଶ ଛୁଆଁ । କେତେକ ସ୍ଥାନରେ ଏହାର ଦାମ ୧୬୦ ଟଙ୍କା ଛୁଇଁଲାଣି । ତେବେ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଓ ବାଲେଶ୍ୱରରେ ପିଆଜ ଦର ୧୩୦ଟଙ୍କା ରହିଥିବା ବେଳେ ନବରଙ୍ଗପୁରରେ ଏହା ୧୨୦ଟଙ୍କା ରହିଛି । ସେପଟେ ବ୍ରହ୍ମପୁର ସହରରେ ପିଆଜ ୧୩୦ଟଙ୍କାରୁ ତଳକୁ ଖସିବାର ନାଁ ଧରୁନି । ସେହିପରି କଟକ ଛତ୍ରବଜାରରେ ପିଆଜ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଏବେ ପିଆଜକୁ ଦେଖିଲେ ଛୁଇଁବାକୁ ଡର ଲାଗୁଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଗ୍ରାହକମାନେ କିଲେ ନେବା ବଦଳରେ ଅଢେଇଶହ ଗ୍ରାମ କିମ୍ବା ତାଠାରୁ କମ ପିଆଜ କିଣୁଛନ୍ତି । ପିଆଜର ଏହି ଅହେତୁକ ଦରବୃଦ୍ଧି ଗତ କିଛି ଦିନ ଧରି ଲାଗି ରହିଛି । ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଥିବାରୁ ଏହା ସବୁ ବର୍ଗରୁ ଲୋକଙ୍କ ପକେଟ ଉପରେ ମାଡ କରିିଛି । ସେପଟେ ସଂସଦରେ ମଧ୍ୟ ଏହି ପିଆଜର ତାତି ଦେଖିବାକୁ ମିଳିଛି । ଏନେଇ ରାଜ୍ୟସଭାରେ ଖାଉଟି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଦାନଭେ ରାଓସାହେବ ଦାଦାରାଓ ବିବୃତି ରଖିଛନ୍ତି ।

ବର୍ଷା ଯୋଗୁଁ ପିଆଜ ଚାଷ ନଷ୍ଟ ହେବା ଫଳରେ ଉତ୍ପାଦନ ପ୍ରଭାବିତ ହୋଇଛି । ଫଳରେ ସାରାଦେଶରେ ପିଆଜର ଅହେତୁକ ଦରବୃଦ୍ଧି ହୋଇଛି । ତେବେ ଏହାର ମୁକାବିଲା କରିବା ପାଇଁ ସରକାର ପିଆଜ ଆମଦାନୀ କରୁଛନ୍ତି । ଏହା ଆସନ୍ତା ଜାନୁଆରୀ ସୁଦ୍ଧା ଏହା ଦେଶକୁ ପହଂଚିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।