କନକ ବ୍ୟୁରୋ: ନବରାତ୍ରୀ ପରେ ପରେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢିଚାଲିଛି । ଶୁକ୍ରବାର ଦିଲ୍ଲୀ ବଜାରରେ ପିଆଜ କିଲୋ ୯୦ ଟଙ୍କା ଛୁଇଁଛି । ଏବଂ ଖୁବ୍ ଶୀଘ୍ର ଏହା ୧୦୦ ଟପିବ ବୋଲି ବ୍ୟବସାୟ କହିଛନ୍ତି ।
ଦିଲ୍ଲୀର ଆରକେ ପୁରମ୍ ଅଞ୍ଚଳରେ ପିଆଜ ଦର ୯୦ରେ ପହଞ୍ଚିବା ପରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ମଣ୍ଡିଗୁଡିକରେ କିଣା ଦର ଅଧିକ ପଡୁଥିବାରୁ ସେମାନଙ୍କୁ ମଧ୍ୟ ଉଚ୍ଚ ଦରରେ ବିକ୍ରି କରିବାକୁ ପଡୁଛି ବୋଲି କହିଛନ୍ତି ବ୍ୟବସାୟୀ । ସେହିପରି ଗାଜିଆବାଦରେ ପିଆଜ ଦର ୭୦ ଟଙ୍କା ହୋଇଥିବାବେଳେ ଆଉ କିଛି ସ୍ଥଶନରେ ୮୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ସହ ଅନ୍ୟ ପରିବା ଦର ମଧ୍ୟ ବଡିଛି । ଫଳରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/onion.jpg)