ପରମାଣୁର କାମ କଲା ପିଆଜ ! ଖାଲି ଭାରତ ନୁହଁ ପାକିସ୍ତାନ ଏବଂ ବାଙ୍ଗଲାଦେଶ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆଣିଦେଲା ପିଆଜ । 

ପରମାଣୁର କାମ କଲା ପିଆଜ ! ଖାଲି ଭାରତ ନୁହଁ ପାକିସ୍ତାନ ଏବଂ ବାଙ୍ଗଲାଦେଶ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆଣିଦେଲା ପିଆଜ । 

ମୌସୁମୀର ଅଧିକ ସମୟ ରହିବା ଏବଂ ମୌସୁମୀ ସାଙ୍ଗକୁ ବନ୍ୟାର ବିଭୀଷିକା ଲାଗି ରହିବା ଫଳରେ ଭାରତରେ ପିଆଜର ଉତ୍ପାଦନ କମ୍ ହେଉଛି । ଏଭଳି ସ୍ଥିତିରେ ଭାରତ ପିଆଜ ରପ୍ତାନୀରେ ମଧ୍ୟ ରୋକ୍ ଲଗାଇଛି । ଏବେ ପିଆଜର ଅଭାବରୁ ଏସିଆର ଅନେକ ଦେଶ ଆଖିରୁ ଲୁହ ବୋହିବାକୁ ଲାଗିଲାଣି । ଭାରତ ସଙ୍ଗେ ସଙ୍ଗେ ଏହି ଦେଶମାନଙ୍କରେ ମଧ୍ୟ ଆକାଶଛୁଆଁ ହୋଇଛି ପିଆଜ ଦର । ଏସିଆର ସବୁ ଦେଶମାନଙ୍କରେ ଅଧିକ ପିଆଜ ରପ୍ତାନୀ କରିଥିବା ଦେଶ ହେଉଛି ଭାରତ ।

publive-image

ନେପାଳ କାଠମାଣ୍ଡୁର ପୋଖରେଲ୍ ରେ ଏକ ପରିବା ଦୋକାନୀ କାନ୍ଦି କାନ୍ଦି ନ୍ୟୁଜ୍ ଏଜେନ୍ସୀ ରଏଟର୍ କୁ କହିଥିଲେ ଯେ ପିଆଜର ଦର ଆକାଶଛୁଆଁ ହୋଇଥିବାରୁ ସେ ପିଆଜ କିଣି ପାରୁନାହାନ୍ତି । ଯାହାର ପ୍ରଭାବ ତାଙ୍କ ବ୍ୟାପାର ଉପରେ ମଧ୍ୟ ପଡୁଛି । ଗତମାସ ତୁଳନାରେ ଚଳିତ ମାସ ଦର ଦୁଇଗୁଣା ହୋଇଥିବାରୁ ଖାଉଟି ଖୁବ୍ ଅସନ୍ତୋଷ ଅଛନ୍ତି । ଏମିତିକି ହୋଟେଲ୍ ମାନଙ୍କରେ ମଧ୍ୟ ବିନା ପିଆଜରେ ହିଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ପାକିସ୍ତାନର ଚିକେନ୍ କଡି , ବାଙ୍ଗଲାଦେଶର ବିରିୟାନି ଏବଂ ଭାରତର ସାମ୍ବର ପିଆଜ ଉପରେ ହିଁ ନିର୍ଭର କରେ । ତେବେ ପିଆଜର ବର୍ଦ୍ଧିତ ଦରରେ ଏହି ସବୁ ଖାଦ୍ୟ ଖାଇବାକୁ ମିଳୁନାହିଁ । ଗତ ରବିବାର ଭାରତ ପିଆଜ ରପ୍ତାନୀକୁ ବନ୍ଦ କରିଦେଇଥିଲା । ଏହାପରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହାର ଦାମ୍ ୧୦୦ କିଲୋକୁ ୪୫୦୦ ଟଙ୍କା ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe