କନକ ବ୍ୟୁରୋ: ସଙ୍କଟରେ କଳାହାଣ୍ଡି ପିଆଜ ଚାଷୀ । ଅମଳ ସମୟରେ ଅଭାବି ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ । ପିଆଜ ବସ୍ତା ୩୦୦ରୁ ୪୦୦ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ପିଆଜ ସଂଗ୍ରହ ନେଇ ପ୍ରଶାସନର ଖାମଖିଆଲି ମନୋଭାବ, ମୂଲ୍ୟ ନିର୍ଧାରଣରେ ଅବହେଳା ଯୋଗୁଁ ଦଲାଲ ଓ କଳାବଜାରୀ ସକ୍ରିୟ ହୋଇଯାଇଛନ୍ତି । ଓଡିଶା ଓ ପଡୋଶୀ ଛତିଗଡର ଅସାଧୁ ବ୍ୟବସାୟୀ ଡେରା ପକାଇ ଜମି ମୁଣ୍ଡରୁ ପିଆଜ କିଣି ନେଉଛନ୍ତି ।
ସରକାରୀ ସ୍ତରରେ ପିଆଜ ସଂଗ୍ରହ ନେଇ କୌଣସି ପଦକ୍ଷେପ ନିଆନଯିବା ତଥା ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଉନଥିବାରୁ କମ୍ ଦାମରେ ପିଆଜ ବିକିବାକୁ ଚାଷୀ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି । କାଳାହାଣ୍ଡି ଜିଲ୍ଳାର ଧର୍ମଗଡ ବ୍ଲକ, କୋକସରା ବ୍ଲକ,ସଦର ବ୍ଲକ ଅଞ୍ଚଳରେ ପିଆଜ ସର୍ବାଧିକ ଅମଳ ହୋଇଥାଏ ।
ଏବେ ପିଆଜ ଅମଳ ସମୟ ହୋଇଥିବାରୁ ଚାଷୀ ପିଆଜ ଖୋଳି ଜମିରେ ଗଦା କରୁଛନ୍ତି । ହେଲେ ସଂରକ୍ଷଣର ସୁବିଧା ନଥିବାରୁ ଓ ବର୍ଷା ଦାଉ ସାଜୁଥିବାରୁ ପଚିଷଢ଼ି ଯିବାର ଭୟ ଘାରିଛି । ଫଳରେ କମ୍ ଦାମରେ ବେପାରୀଙ୍କୁ ବିକ୍ରି କରୁଛନ୍ତି ଚାଷୀ । ସରକାର ଏହା ଉପରେ ନଜର ନଦେଲେ ଚାଷୀ ତଳିତଳାନ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/ONION.jpg)
/kanak/media/post_attachments/wp-content/uploads/2019/05/79889590_onions-market-india_alamy-300x203.jpg)
/kanak/media/post_attachments/wp-content/uploads/2019/05/Onion-new-300x200.jpg)