ବର୍ଦ୍ଧିତ ପିଆଜ ଦରକୁ ନେଇ ରିପୋର୍ଟ ପରେ ଆକ୍ସନ ମୁଡରେ ସରକାର: ପ୍ରତିକ୍ରିୟା ରଖି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ନାସିକର ବନ୍ୟା ପାଇଁ ବଢ଼ୁଛି ଦର, ନିୟନ୍ତ୍ରଣ ପାଇଁ ସରକାର ନେଉଛନ୍ତି ପଦକ୍ଷେପ

675

କନକ ବ୍ୟୁରୋ: ବର୍ଦ୍ଧିତ ପିଆଜ ଦରକୁ ନେଇ କନକ ନ୍ୟୁଜରେ ରିପୋର୍ଟ ପରେ ଆକ୍ସନ ମୁଡରେ ସରକାର । ଟୁଇଟ୍ କରି ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  । କହିଲେ ନାସିକର ବନ୍ୟା ପାଇଁ ବଢ଼ୁଛି ଦର । ନିୟନ୍ତ୍ରଣ ପାଇଁ ସରକାର ନେଉଛନ୍ତି ପଦକ୍ଷେପ । ଖୁବଶୀଘ୍ର ମିଳିବ ଆଶ୍ୱସ୍ତି  । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଟପିଛି । ଖୋଲା ବଜାରରେ ପିଆଜ ୫୦ ଟଙ୍କାରୁ ଅଧିକ  ଟଙ୍କାରେ ବିକ୍ରି ହେଉଛି । ଏନେଇ ଗତକାଲି କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ହୋଇଥିଲା ।

ତେବେ ମୁମ୍ବାଇ ଓ ପୁନେରେ ବର୍ଷା ଯୋଗୁଁ ସମସ୍ୟା ବଢିଥିବା କୁହାଯାଉଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଥିବାରୁ ନାସିକରୁ ପିଆଜ ଆମଦାନୀ ହ୍ରାସ ପାଇଛି । ଫଳରେ ଦର ହୁ ହୁ ହୋଇ ଦର ବଢିବାରେ ଲାଗିଛି । ଏହାସହ ଆନ୍ଧ୍ରପ୍ରଦେଶରୁ ମଧ୍ୟ ପିଆଜ ଓଡିଶାକୁ ଆସିପାରୁନାହିଁ ।ଟ୍ରାଫିକ୍ ନୟମ କଡା ହେବା ପରେ ପିଆଜ ଗାଡି ଆସିବା କମି ଯାଇଛି । କୁହାଯାଉଛି ଓଭର ଲୋଡିଂ ଯାଂଚ ଯୋଗୁଁ ପିଆଜ ଟ୍ରକ୍ ଆସୁନାହାନ୍ତି । ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ପଡିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପିଆଜ ଦର ଅଲଗା ଅଲଗା ରହିଛି । ସବୁଠି କିନ୍ତୁ ଦର ୪୦ ଉପରେ ରହିଛି ।