କନକ ବ୍ୟୁରୋ: ପିଆଜ ଦର ବଢୁଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଅଂଟା ଭିଡିଛନ୍ତି କେନ୍ଦ୍ର ସରକାର । ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଯାଇଛି । ଏ ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଭାରତରେ ବ୍ୟାପକ ଫସଲ ହାନି ଘଟିଥିବାରୁ ଏହାର ପ୍ରଭାବ ପଡ଼ିଛି ବଜାର ଉପରେ । ମାତ୍ର କିଛି ଦିନ ଭିତରେ ଦୁଇରୁ ତିନିଗୁଣ ବଢ଼ିଯାଇଛି ପିଆଜ ଦର ।
ଭାରତରେ ଏହା ଜରୁରି ଖାଦ୍ୟ ସାମଗ୍ରୀ ହୋଇଥିବାରୁ ରପ୍ତାନୀକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ବିଶେଷ କରି ଦକ୍ଷିଣ ଏସିଆର ବିଭିନ୍ନ ଦେଶକୁ ଭାରତ ପିଆଜ ରପ୍ତାନୀ କରିଥାଏ । ବାଙ୍ଗଲାଦେଶ, ନେପାଳ, ମାଲେସିଆ, ଶ୍ରୀଲଙ୍କା ଆଦି ଦେଶ ପିଆଜ ପାଇଁ ଭାରତ ଉପରେ ନିର୍ଭର କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/onion-2.png)