କନକ ବ୍ୟୁରୋ : ଟାମାଟୋ ଦର ପରେ ଏବେ ଲୋକଙ୍କୁ କନ୍ଦାଇବ ପିଆଜ ଦର । ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ଟମାଟୋ କିଲୋ କେଉଁଠି ୧୨୦ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୨୦୦ଟଙ୍କାରେ ବିକ୍ରି ହେଉଛି ଟମାଟୋ । ଆଉ ଏହାରି ଭିତରେ ପିଆଜ ଦର ବଢିବା ନେଇ ଅନୁମାନ କରାଯାଉଛି ।

Advertisment

ମିଳିଥିବା ଏକ ରିପୋର୍ଟ ଆଧାରରେ, ଆଗାମୀ ଦିନରେ ପିଆଜର ଦର ମଧ୍ୟ ବୃଦ୍ଧି ହୋଇପାରେ । ଅଗଷ୍ଟ ମାସ ଶେଷ ସୁଦ୍ଧା ବଜାରରେ ପିଆଜ ଦରର ମୂଲ୍ୟ ଅହେତୁକ ବୃଦ୍ଧି ହୋଇପାରେ । ପିଆଜର ଆମଦାନୀ କମ୍ ହୋଇଥିବାକୁ ଦର ବୃଦ୍ଧି ହୋଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ପିଆଜ କିଲୋ ୬୦ରୁ ୭୦ଟଙ୍କା ବୃଦ୍ଧି ହୋଇପାପେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ସେପଟେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ବର୍ଷା ଓ ବନ୍ୟା କାରଣରୁ ଅନେକ ଫସଲ ନଷ୍ଟ ମଧ୍ୟ ହୋଇଛି । ଯାହାକୁ ନେଇ ପରିବା ଦର ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଂକା ସୃଷ୍ଟି ହୋଇଛି । ଟମାଟୋ ପରେ ଯଦି ପିଆଜ ଓ ଅନ୍ୟ ପରିବାର ଦର ବୃଦ୍ଧି ହୁଏ ତେବେ ସାଧାରଣ ଲୋକଙ୍କ ଉପରେ ଏହାକ ବଡ ପ୍ରଭାବ ପଡିବ ଏଥିରେ କୌଣସି ସନ୍ଦେହ ନାହିଁ