କନକ ବ୍ୟୁରୋ: ପିଆଜର ଦର ଚିନ୍ତା ବଢାଇ ଦେଇଛି । ଦର ଏଭଳି ହେବ ବୋଲି କେହି କେବେ ଭାବି ପାରି ନଥିଲେ । ୭୦-୮୦ ଟଙ୍କା ଡେଇଁଯିବ ଆଉ ଶହେରେ ବି ପହଂଚିଯିବ । ସବୁ ଜିନିଷର ଦରଦାମ ବଢିଚାଲିଛି, ତା ସାଙ୍ଗକୁ ପିଆଜ ଦର ଆହୁରି ମୁଣ୍ଡ ବଥା ବଢାଇ ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଟିକିଏ ନଜର ପକାନ୍ତୁ ଓଡିଶାର ବିଭିନ୍ନ ସ୍ଥାନରେ କେତେ ଟଙ୍କାରେ ପିଆଜ ବିକ୍ରି ହେଉଛି । ଭୁବନେଶ୍ୱରରେ ପିଆଜ ଦର ୮୫ରୁ ୯୦ ଟଙ୍କା ଥିବା ବେଳେ ସମ୍ବଲପୁରରେ ଏହାର ଦର ୮୦ରୁ ୯୦ ଟଙ୍କା ରହିଛି । ସେପଟେ କଟକରେ ୯୦ ଟଙ୍କା ଥିବା ବେଳେ ବାରିପଜଦାରେ ବି ଦର ୯୦ ଟଙ୍କା ଛୁଇଁଲାଣି । ବାଲେଶ୍ୱରରେ ବି ୮୫ରୁ ୯୦ ଟଙ୍କାରେ ପିଆଜ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁରରେ ଏହା ଶତକ ମାରିଛି ।
ଓଡିଶାରେ ଦୈନିକ ପ୍ରାୟ ୬ଶହରୁ ୭ଶହ ଟନ୍ ଅର୍ଥାତ ୬ଲକ୍ଷରୁ ୭ ଲକ୍ଷ କିଲୋଗ୍ରାମ ଯାଏଁ ପିଆଜ ବିକ୍ରି ହୋଇଯାଏ । ଏବେ ମାତ୍ର ୨ରୁ ଅଢେଇ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହେଉଛି । କୁହାଯାଉଛି, ଡିସେମ୍ବର ମଝି ଯାଏଁ ଏଭଳି ଅବସ୍ଥା ଲାଗି ରହିବ । ଏହା ପରେ ପରେ ଟିକିଏ ସ୍ୱାଭାବିକ ଅବସ୍ଥା ଫେରିପାରେ ।
ବାଙ୍ଗାଲୁର, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରର କର୍ନୁଲରୁ ଓଡିଶାକୁ ମୁଖ୍ୟତଃ ପିଆଜ ଆସିଥାଏ । ହେଲେ ଏଥର ଅନିୟମିତ ବର୍ଷା ପିଆଜ ଉତ୍ପାଦକୁ ବେଶ୍ କମାଇ ଦେଇଛି । କିନ୍ତୁ ପ୍ରଶ୍ନ ଉଠୁଛି,
୧. ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆମ ସରକାର କେତେ ସଜାଗ ଥିଲେ ?
୨. ଅନେକ ସମୟରେ ଏଭଳି ଦାମ ବଢୁଥିବାରୁ ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ଭବ ନୁହେଁ କି?
୩. କେବଳ ଦରଦାମ ବଢିବା ପରେ ଆମ ସରକାର ତତ୍ପର ହୁଅନ୍ତି କି?